ପାଲାବାଲା
ଦେଖଣା
ପାଲାବାଲା
ଉଚ୍ଚାରଣ
[ସମ୍ପାଦନା]ପାଲାଉଆଲା, ପାଲାବୁଆଲାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଲା ବୋଲିବା ଗାୟକ ବା ନର୍ତ୍ତକ — The actor or singer of Pālā songs.
[ଦ୍ରଷ୍ଟବ୍ୟ —ଏକଦଳ ପାଲାବାଲା ୫ କିମ୍ୱା ୬ ଜଣ ଅଟନ୍ତି ଏମାନେ ପୁଣି ଦୁଇଟି ଦଳରେ ବିଭକ୍ତ ହେଇ ପାଲା ବୋଲନ୍ତି
- ୧. ମଦଳ—୧. ଗାୟକ (ଏହାଙ୍କଠାରେ ଚଅଁର ଓ ମନ୍ଦିରା ତାଏ), ୨ ବାୟକ (ମୃଦୁଙ୍ଗ ବଜାଇବାବାଲା), ୨. ଶିର ପାଳିଆ, ଶ୍ରୀପାଳିଆ ବା ଡାହାଣ ପାଳିଆ (ଏ ହାତରେ ଝାଞ୍ଜ ଧରିଥାଏ; ପାଳି ଦେଲା ବେଳେ ବଜାଏ, କିନ୍ତୁ ଗାୟକ ବୋଲିବା ବୋଳୋ ବଜାଏ ନାହିଁ; ଗାୟକ ସଙ୍ଗେ କେବଳ ଗୀତ ବୋଲେ
୨ୟ ଦଳ (ଯେ ଗାୟକର ବୋଲିବା ଗୀତର ପାଳି ଧରନ୍ତି ବା ଘୋଷାକୁ ଆବୃତ୍ତି କରନ୍ତି
ଦ୍ୱିତୀୟ ଦଳରେ ୧. ପାଳିଆ ୨. ପାଳିଆ,୩. ପାଳିଆ; ଏ ଦୁଇ ଜଣ ବା ତିନିଜଣ ଝାଞ୍ଜ ଧରିଥାଆନ୍ତି ଓ ପାଳି ଧରିଲାବେଳେ ବଜାନ୍ତି ଗାୟକ ଗୀତ ବୋଲେ, ବାୟକ ମୃଦୁଙ୍ଗ ବଜାଏ ଓ ଶ୍ରୀପାଳିଆ ମଧ୍ୟ ଗାୟକ ସଙ୍ଗେ ବେଳେ ବେଳେ ବୋଲେ ୨ୟ ଦଳ ପାଳି ଧରନ୍ତି ଗାୟକ ମାନଙ୍କ ମଧ୍ୟରେ ଜଣେୋ ଜଣେ ପଣ୍ଡିତ ଓ ଆଶୁ କବି ଥାଆନ୍ତି ଗାୟକ ଗୀତ ବୋଲିବା ବେଳେ ଓ ପାଳିଆ ପାଳି ଧରିବା ବେଳେ ବାୟକ ମୃଦୁଙ୍ଗ ବଜାଏ, ଶିରିପାଳିଆ ଗାୟକ ସଙ୍ଗେ ଗୀତ ବୋଲେ, କିନ୍ତୁ ପାଳିଆଙ୍କ ସଙ୍ଗେ ଝାଞ୍ଜ ବଜାଏ ଗାୟକର ଅନୁପସ୍ଥିତ ବା ଅକ୍ଷମ ଅବସ୍ଥାରେ ଶିରିପାଳିଆ ପାଲାରେ ଗାୟକର କାର୍ଯ୍ୟ କରେ]