Jump to content

ପାଲିଙ୍କି

ଉଇକିଅଭିଧାନ‌ରୁ

ପାଲିଙ୍କି

ଉଚ୍ଚାରଣ

[ସମ୍ପାଦନା]

(ପାଲିକି—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଲ୍ୟଙ୍କ)

[ସମ୍ପାଦନା]

ପାଲ୍ଲୀ; ପାଲ୍କି — A palanquin; a palky.

[ଦ୍ରଷ୍ଟବ୍ୟ —୩/୪: ହାତ ଲମ୍ୱ, ୨ ହାତ ଚଉଡ଼ା, ୨ ହାତ ଉଚ୍ଚ କାଠର ବାକ୍ସ ପରି ଯାନବିଶେଷ ଏଥିର ଆଗ ଓ ପଛରେ ଗୋଟିଏ ଲେଖାଏଁ ବାଉଁଶ ଲାଗିଥାଏ ସେହି ବାଉଁଶକୁ ୨ ଜଣ ବା ୩ଜଣ ଲେଖାଏଁ କାନ୍ଧରେ ବସାଇ ନେବା ଆଣିବା କରନ୍ତି ଆଗ ବାଉଁଶକୁ କୁମ୍ଭ ଓ ପଛ ବାଉଁଶକୁ ପିଙ୍ଗ କହନ୍ତି ପାଲିଙ୍କି ୨ ପ୍ରକାର; ଯଥା—୧ ଆଧୁନିକ ପାଲିଙ୍କି ବା ସବାରି ୨ ମରହଟ୍ଟୀ ପାଲିଙ୍କି ମରହଟ୍ଟୀ ପାଲିଙ୍କି ଗୋଟିଏ ପଲଙ୍କ ପରି ହୋଇଥାଏ ଓ ଏହା ଉପରେ ଦେଇ"-" ଏହିପରି ଗୋଟିଏ ବକ୍ରମଧ୍ୟ ବାଉଁଶ ବନ୍ଧା ହୋଇଥାଏ ବର୍ତ୍ତମାନ ମରହଟ୍ଟୀ ପାଲିଙ୍କି ବରକନ୍ୟାଙ୍କ ବିବାହ ଶୋଭା ଯାତ୍ରାରେ ବ୍ୟବହୃତ ହୁଏ ପାଲିଙ୍କିକୁ ଆମ ଦେଶରେ ବେହେରା ଓ ବାଉରି ମାନେ କାନ୍ଧାନ୍ତି; ବାଲେଶ୍ୱର ପ୍ରାନ୍ତ ଓ ମେଦିନୀପୁର ଅଞ୍ଚଳରେ ପାଣ ଓ ହାଡ଼ିମାନେ କାନ୍ଧାନ୍ତି, ଓ ପଶ୍ଚିମରେ 'କାହାର' ମାନେ କାନ୍ଧୁଆନ୍ତି ବେହେରାମାନେ ନାନାପ୍ରକାର ସ୍ୱରରେ ଗୀତ ଗାଇ ଡାକି ଡାକି ପାଲିଙ୍କି ବୁହାନ୍ତି]