Jump to content

ପାଲୀ

ଉଇକିଅଭିଧାନ‌ରୁ

ପାଲୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ପାଲି=ପଂକ୍ତି; ପଲ୍ଲୀ=ଗ୍ରାମ ଅର୍ଥାତ୍ ଗ୍ରାମ୍ୟଲୋକଙ୍କ କଥିତ ଭାଷା, କିମ୍ୱା ପାଳାଶ= ମଗଧ ଦେଶ)

[ସମ୍ପାଦନା]
୧. ଯେଉଁ ଭାଷାରେ ବୁଦ୍ଧ ଦେବ ଉପଦେଶ ଦେଉଥିଲେ ଓ ଯହିଁରେ ବୌଦ୍ଧ ଗ୍ରନ୍ଥମାନ ଲିଖିତ ହୋଇଅଛି; ସଂସ୍କୃତର ଗୋଟିଏ ପ୍ରାକୃତ ଭାଷା; ବୌଦ୍ଧମାଗଧୀ ଭାଷା —୧. The Pāli language.

[ଦ୍ରଷ୍ଟବ୍ୟ —ଏହି ଭାଷାରେ ବୌଦ୍ଧମାନଙ୍କ ଧର୍ମଗ୍ରନ୍ଥ ଲିଖିତ ହୋଇଥିଲା ଭାରତ ବର୍ଷରେ ସଂସ୍କୃତ ଭାଷା (Classical language)ପଢ଼ାହେଲା ଭଳି ଶ୍ୟାମ, ବ୍ରହ୍ମଦେଶ, ସିଂହଳ ଆଦି ଦେଶମାନଙ୍କରେ ପାଳୀଭାଷା ଅଧିତ ହେଉଅଛି ବୌଦ୍ଧ ଧର୍ମର ଅଭ୍ୟୁଦୟ କାଳରେ ଏ ଭାଷାର ପ୍ରଚାର ପଶ୍ଚିମରେ ବାହ୍ଲୀକ (ଆଫଗାନ୍ ତୁରସ୍କର ଉତ୍ତର) ଠାରୁ ପୂର୍ବରେଶ୍ୟାମ ଦେଶ ପର୍ଯ୍ୟନ୍ତ ଓ ଉତ୍ତର ଭାରତରୁ ଦକ୍ଷିଣରେ ସିଂହଳ ପର୍ଯ୍ୟନ୍ତ ହୋଇଥିଲା ବୁଦ୍ଧ ପଲାସୀ ଭାଷାରେ ଧର୍ମ ଉପଦେଶ ଦେଇଥିବାର କଥିତ ଅଛି ବୌଦ୍ଧ ଧର୍ମ ଗ୍ରନ୍ଥ ଓ ଅଶୋକଙ୍କ ଶିଳା— ଲିପିମାନେ ଏହି ଭାଷାରେ ଲିଖିତ ପାଲୀ ଭାଷାର ପୁରାତନ ବ୍ୟାକରଣ କଚ୍ଚାୟନ (କାତ୍ୟାୟନ)ଙ୍କ 'ସୁଗନ୍ଧ କଳ୍ପ' ଏ କାତ୍ୟାୟନଙ୍କୁ କେହି କେହି ଅର୍ଥାତ୍ ଖ୍ରୀ. ପୂ. ଷଷ୍ଠଶତାବ୍ଦୀରେ (ବୁଦ୍ଧଦେବଙ୍କ ପ୍ରତ୍ୟକ୍ଷ

ଶିଷ୍ୟ) ଓ କେହି କେହି ଖ୍ରୀ. ପୂର୍ବ ୩ ଶବ୍ଦୀତୀର ଲୋକ ବୋଲି କହନ୍ତି କେହି କେହି ବରରୁଚି କବିଙ୍କୁ ଏହି ବାତ୍ୟାୟନ ବୋଲି କହନ୍ତି କାତ୍ୟାୟନ ପାଲୀକୁ ମାଗଧୀ ଓ ମୂଳଭାଷା ବୋଲି କହି— ଅଛନ୍ତି କିନ୍ତୁ ଅନେକ ପଣ୍ଡିତ ପାଲୀକୁ ମାଗଧୀ ଠାରୁ ପୃଥକ ବୋଲି କହନ୍ତି କିନ୍ତୁ ପାଲୀଭାଷା ଏକପ୍ରକାର ପ୍ରାଚୀନ ମାଗଧୀଭାଷା ଅଟେ ଏହାକୁ ପ୍ରାଚୀନ ମାଗଧୀ ପ୍ରାକୃତ ବୋଲାଯାଇ ପାରେ ପାଲୀ ଶଦ୍ଦର ଉତ୍ପତ୍ତି ସମ୍ୱନ୍ଧରେ ମଧ୍ୟ ପଣ୍ଡିତ ମାନଙ୍କର ମତଭେଦ ଦେଖାଯାଏ କେହି କେହି କହନ୍ତି ଏହା 'ପଲ୍ଲୀ' ବା ପଡ଼ାଗାଁର ପ୍ରଚଳିତ ଭାଷା ଥିଲା କେହି କେହି କହନ୍ତି ଏହା 'ପାଳାଶ' ବା ମଗଧର ଭାଷା ଥିଲା କେହି କେହି କହନ୍ତି ଏହା ପଲ୍ଲବୀ ଭାଷା; କେହି କେହି କହନ୍ତି ଏହା ପାଟଳୀ ବା ପ୍ରାଚୀନ ପାଟଣାର ଭାଷା ଥିବାରୁ ଏହି ନାମ ହୋଇଅଛି କିନ୍ତୁ ପାଲୀ ଶବ୍ଦ ସଂସ୍କୃତ - ପାଳି (ପଂକ୍ତି)ରୁ ବାହାରି ଥିବାରୁ ଅନୁମାନ ଯୁକ୍ତିଯୁକ୍ତ ବୋଧ ହେଉଅଛି ବୌଦ୍ଧ ଧର୍ମର ପ୍ରାଚୀନ ହୀନଯାନ ଶାଖାର ସମସ୍ତ ଧର୍ମ ଗ୍ରନ୍ଥ ପାଲୀ ଭାଷାରେ ଲିଖିତ, କିନ୍ତୁ ନବ ମହାଯାନ ଶାଖାର ଗ୍ରନ୍ଥମାନ ପରେ ସଂସ୍କୃତରେ ଲିଖିତ ହେଇଅଛି—ହିନ୍ଦୀ - ଶ] 

ଅନୁବାଦ

[ସମ୍ପାଦନା]
୨. (ପାଞ୍ଚାଳୀ, ସଂସ୍କୃତ - ଶାରିଫଳ) ପଶାଖେଳର ବା ଶତରଞ୍ଜ ଖେଳର ଘରାମାନ ଚିତ୍ର ହୋଇଥିବା କନାର ଚତୁଷ୍କ — A chequered cloth board for playing the game of dice; diceboard

ହେମ ପଶାସାର ପଲ୍ଲବ ପାଲିରେ ପଚାଇବା ରିତି ଶିଖାଇଲୁ କବିସୂର୍ଯ୍ୟ. ସଂଗୀତ

୩. ସ୍ତ୍ରୀ ମାନଙ୍କ ନାମ —୩. Name given to females.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପଲ୍ଲି)

[ସମ୍ପାଦନା]
୧. ଗ୍ରାମର ପଡ଼ା — ୧. Part or quarter of a village.
୨. ପଡ଼ାଗାଁ —୨. Hamlet.

(ଯଥା—ବରପାଲି)