Jump to content

ପାଳୁଅ

ଉଇକିଅଭିଧାନ‌ରୁ

ପାଳୁଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଲଳ=ତିଳଚୂର୍ଣ୍ଣ, ପଙ୍କ)

[ସମ୍ପାଦନା]
୧. ହଳଦୀ ଜାତୀୟ ବଡ଼ ବନ୍ୟଶାକ ବୃକ୍ଷବିଶେଷ ଈଷିତ୍ ସୁଗନ୍ଧ ମୂଳ — ୧. Curcuma Zeodharia; Zeodary; Starch; Indian arrow root; Curcuma Anyustifolia; Curcuma Aromatica (Haines).

[ଦ୍ରଷ୍ଟବ୍ୟ —ପାଳୁଅ ଗଛ ପୂର୍ବେ, ମଧ୍ୟ ଓ


ଅନୁବାଦ

[ସମ୍ପାଦନା]

ଦକ୍ଷିଣ ଭାରତରେ ବେଶି ହୁଏ ପୂର୍ବେ ହିମାଳୟ ଚଟ୍ଟଗ୍ରାମରେ ଏ ଗଛ ବେଶୀ ଜନ୍ମେ ଶୀତ ଆରମ୍ଭରେ ଏହାର ମୂଳ ଭଲ ହୋଇ ଚାଷ ହୋଇଥିବା ଜମିରେ ପୋତାଯାଏ ଓ ମଝିରେ ମଝିରେ ପାଣି ଦିଆଯାଏ ପୁଷ ମାଘରେ ଏହାର ପତ୍ର ଝଡ଼ିଲାରୁ ଏହାର ମୂଳକୁ କୋଳି ପାଣିରେ ଧୋଇ କୁଟି ପାଣିରେ ବତୁରାଇଲେ ତଳେ ଗୋଟିଏ ଧଳା ସ୍ତର ବସିଯାଏ ତାକୁ ଶୁଖାଇ କୁଟି ଛାଣି ପାଳୁଅ କରାଯାଏ ଏହା ରୋଗୀ ଓ ଶିଶୁଂମାନଙ୍କର ପଥ୍ୟ ଏବଂ ଲଗୁପାକ ଏହା ପାଳୁଅରେ କ୍ଷୀରା ଓ ପାୟସ ଆଦି ହୁଏ ଏହା ଈଷିତ୍ କର୍ପୂର ଗନ୍ଧବିଶିଷ୍ଟ ପୂର୍ବେ ପାଳୁଅରେ ବକମ କାଠର ଗଙ୍ଗ ମିଶାଇ ଲୋକେ ଅବିର ତିଆରି କରୁଥିଲେ; ଏବେ ମଧ୍ୟ କେତେକ ସ୍ଥାନରେ ପାଳୁଅରୁ ଅବିର କରାଯାଏ ବୈଦଶାସ୍ତ୍ର ମତରେ ଏହା ଅଗ୍ନି ଦୀପକ, ରୁଚିକାରକ, କଚୁଳିକ୍ତରସ ସୁଗନ୍ଧଯୁକ୍ତ ଉଷ୍ଣବୀର୍ଯ୍ୟ ଓ ଲଘୁ; ଏହା କୁଷ୍ଠ, ଅର୍ଶ, ବ୍ରଣ, କାସ, ଶ୍ୱାସ, ଗୁଳ୍ମ, ବାୟୁ, କଫ ଓ କ୍ରୁମିନାଶକ; ଏହାଦ୍ୱାରା ଗଳଗଣ୍ଡ, ଗଣ୍ଡମାଳା, ଅପଚୀ ଓ ମୁଖର ଜଡ଼ତା ନିବରିତ ହୁଏ—ବଙ୍ଗଳା ଦ୍ରବ୍ୟଗୁଣ]

୨. ପାଳୁଅ ଗଛର କନ୍ଦ ଓ ଶିଙ୍ଗଡ଼ା ଆଦିକୁ ଚୂର୍ଣ୍ଣ କରି ପ୍ରସ୍ତୁତ କରାଯିବା ଅଟା —୨. Starch.



ପାଳୁଅ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯାହା ପାଳ ବା ନଦୀଗର୍ଭସ୍ଥ ପଟୁ ଜମିରେ ଫଳେ — Grown in silted river-side lands.

(ଯଥା—ପାଳୁଆ ବାଇଗଣ)