ପାଶ
ଦେଖଣା
ପାଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପଶ୍ ଧାତୁ=ବାନ୍ଧିବା+କରଣ. ଅ; କିମ୍ୱା ପାଶି ଧାତୁ +କରଣ. ଅ)
[ସମ୍ପାଦନା]- ୧. ରଜ୍ଜୁ; ଦଉଡ଼ି — ୧. Rope; string; cord.
- ୨. ସିକୁଳି —୨. Chain; fetter; bond.
- ୩. ପଶୁ ପକ୍ଷୀ ଆଦି ଧରିବାର ଫାଶ; ଫାନ୍ଦ — ୩. Noose; snare; trap.
- ୪. ଜାଲ —୪. Net.
- ୫. ଅକ୍ଷ; ପଶାଖେଳ —୫. Game of dice.
- ୬. ପାଶାସ୍ତ୍ର; ଶସ୍ତ୍ରଭେଦ; ପ୍ରାଚୀନ ଯୁଦ୍ଧାସ୍ତ୍ରବିଶେଷ — ୬. A noose; a weapon of offence.
[ଦ୍ରଷ୍ଟବ୍ୟ —ଏହାକୁ ଶତ୍ରୁ ଉପରକୁ ପକାଇ ଶତ୍ରୁକୁ ଆପଣା ଆଡ଼କୁ ଟାଣି ଆଣିବାକୁ ହେଉଥିଲା ===
- ୭. ଗଣ୍ଠି —୭. A knot; loop.
- ୮. ସୂତ୍ର —୮. Thread.
- ୯. ପଶାକାଠି —୯. Die; dice.
- ୧. ବୁଣା ହୋଇଥିବା ବସ୍ତୁର ଧଡ଼ି —୧୦. The edge or border of anything woven (Apte)
- ୧୧. (କେଶ ବାଚକ ଶବ୍ଦ ପରେ ବସିଲେ)—ସମୂହ; ଗୁଚ୍ଛ; ବିଡ଼ା — ୧୧. A tuft or mass.
(ଯଥା—କେଶପାଶ)
- ୧୨. (ଛାତ୍ର, ଭିଷକ୍ ପ୍ରଭୃତି ଶବ୍ଦ ପରେ ବସିଲେ) କୁତ୍ସିତ୍—ଯଥା ଛାତ୍ରପାଶ; ବୈୟାକରଣପାଶ; ଭିଷିକ୍ପାଖ) ୧୨. A contemptible or worthless person.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (କର୍ଣ୍ଣବାଚକ ଶବ୍ଦ ପରେ ବସିଲେ) ସୁନ୍ଦର — ୧. Beautiful, graceful.
(ଯଥା—କର୍ଣ୍ଣପାଶ)
- ୨. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟହୃତ ଯଥା ଛତ୍ରପାଶ=ଖଣ୍ଡିଆ ଛତା) କୁତ୍ସିତ; ମନ୍ଦ —୨. Ugly; bad.
ଅନୁବାଦ
[ସମ୍ପାଦନା]ଦେ, (ପଦ୍ୟ) ବିଶେଷ୍ୟ -(ସଂସ୍କୃତ - ପାର୍ଶ୍ୱ)
[ସମ୍ପାଦନା]- ୧. ପାଖ — ୧. Side.
ଯା ଯା ମୋ ପାଶରୁ କବିସୂର୍ଯ୍ୟ. ସଙ୍ଗୀତ.
- ୨. ନେକଟ୍ୟ; ସମୀପ —୨. Vicinity.
ଅପରାଧୀ ହେଲେ ଦାସ ନିକଟେ ପାଶକୁ ଯିବ କ୍ଷମା କର ଦୋଷ ଭଞ୍ଜ, ପ୍ରେମସୁଧାନିଧି
- ୩. ପାର୍ଶ୍ୱଭାଗ —୩. The sides; flank.
ଫୁଲ ପଙ୍ଖା ଫୁଲ ଆଲଟ ଚାମର ଫୁଲଣାରେ ଧରି ନରେ ବେନି ପାଶରେ ମନ୍ଦେ ମନ୍ଦେ ଢାଳିବା କି କହିବି ବଚନରେ ଦୀନକୃଷ୍ଣ. ଜଗମୋହନ
- ୪. (ପାନବରଜୀଙ୍କ ଭାଷା) ପାନ ଗଛର ଧାଡ଼ି — ୪. A row of plants in a betel plantation.