Jump to content

ପାଶୁପତଦର୍ଶନ

ଉଇକିଅଭିଧାନ‌ରୁ

ପାଶୁପତଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସାଂପ୍ରଦାୟିକ ହିନ୍ଦୁଦର୍ଶନବିଶେଷ — Name of a Sectarian treatise of Hindu Philosophy.

[ଦ୍ରଷ୍ଟବ୍ୟ —ସର୍ବାର୍ଥଦର୍ଶନ ସଂଗ୍ରହରେ ଏ ଦର୍ଶନର ନାମ ଉଲ୍ଲେଖ ଅଛି ଏଥିରେ ଜୀବମାତ୍ରଙ୍କୁ 'ପଶୁ' ସଂଜ୍ଞା ଦିଆ ଯାଇଅଛି ଓ ପଶୁପତି ଶିବ ଜଗତରେ ଓ ଜୀବର ଅଧୀଶ୍ୱର ଥିବାର ଲେଖା ଅଛି ମୁକ୍ତି ଦୁଇପ୍ରକାର ଯଥା—ସର୍ବ ଦୁଋଖରେ ଅତ୍ୟନ୍ତ ନିବୃତ୍ତ ଓ ପରମୈଶ୍ୱର୍ଯ୍ୟ ପ୍ରାପ୍ତି ବୋଲି ଏଥିରେଲେଖା ଅଛି ଅନ୍ୟ ଦର୍ଶନରେ ଦୁଃଖର ନିବୃତ୍ତିକୁ ମୁକ୍ତି ବୋଲା ଯାଇଅଛି, କିନ୍ତୁ ପାଶୁପତି ଦର୍ଶନରେ ଦୁଃଖର ନିବୃତ୍ତି ସଙ୍ଗେ ପରମୈଶ୍ୱର୍ଯ୍ୟ ପ୍ରାପ୍ତି ନ ହେଲେ ମୁକ୍ତି ନାହିଁ ବୋଲି ବର୍ଣ୍ଣିତ ହୋଇଅଛି ଦୃକ୍ଶକ୍ତି ଓ କ୍ରୟାଶକ୍ତି ପରମୈଶ୍ୱର୍ଯ୍ୟପ୍ରାପ୍ତିରୁ ମୁକ୍ତି ପାଇବାର ଦୁଇଟି ଫଳ କେହି କେହି ଭଗବଦ୍ଦାସତ୍ୱପ୍ରାପ୍ତିକୁ ମୁକ୍ତି କହନ୍ତି କିନ୍ତୁ ପାଶୁପତଦର୍ଶନ ମତରେ ଏହା ମୁକ୍ତି ନୁହେ, ବନ୍ଧନ ଆଟେ—ହିନ୍ଦୀ - ଶ. ]