ପାଷାଣଭେଦୀ
ଦେଖଣା
ପାଷାଣଭେଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଷାଣଭେଦୀ
|
ସଂସ୍କୃତ - ବିଶେଷ୍ୟ - (ଏହା ପର୍ବତରୁ ଜନ୍ମୁଥିବାରୁ)
[ସମ୍ପାଦନା]- ୧. ରୁକୁଣୀହାତ ପୋଛା ଗୁଳ୍ମ; ତୁଳସ୍ୟାଦି ବର୍ଗର ସୁବାସଯୁକ୍ତ ଶାକ ଗୁଳ୍ମବିଶେଷ — ୧. Colenus Aromaticus; Irissp.
[ଦ୍ରଷ୍ଟବ୍ୟ —ଏହା ତୁଳସ୍ୟାଦିବର୍ଗର ଶାକ ଗୁଳ୍ମ; ପତ୍ର ସୁଗନ୍ଧ, ମାଂସାଳ, ଭାଙ୍ଗିଲେ ମସ ମସ ହୁଏ ପତ୍ରର ଧାର ଦନ୍ତୁର; ଏହାର ପତ୍ର ବାଟି ପିଇଲେ ପେଟ ବିଗିଡ଼ିଥିଲେ ଭଲ ହୋଇଯାଏ ]
- ୨. ଲଟାଳିଆ ଅପୁଷ୍ପକ କ୍ଷୁଦ୍ର ଶାକ ବିଶେଷ; ହିମସାଗର; ହେମସାଗର — ୨. Colinus Ambonicus; Kalucho Laciniata Selaginella Irissp.
[ଦ୍ରଷ୍ଟବ୍ୟ —ଏହା ଦୀର୍ଘାୟୁଃ ଓ ଗଛ ସିଧା; ପତ୍ର ମୋଟା ଓ ମାଂସାଳ ଏବଂ ପକ୍ଷାକାରରେ କର୍ତ୍ତିତ; ଫୁଲ ଛୋଟ ଓ ହଳଦିଆ; ଏହା ଶୀତବୀର୍ଯ୍ୟ, ତିକ୍ତ କଷାୟରସ; ବସ୍ତିଶୋଦକ ଓ ଭେଦକ; ତ୍ରିଦୋଷ, ଅର୍ଶ, ଗୁଳ୍ମ, ମୂତ୍ରକୃଚ୍ଛ୍ର ଅଶ୍ମରୀ, ହୃଦରୋଗ; ଯୋନିରୋଗ, ପ୍ରମେହ, ପ୍ଲୀହା, ଶୂଳ ଓ ବ୍ରଣ ନିବାରକ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୁଣାକୋଠା ଓ ଦେଉଳରେ ପଥର, ଇଟା ସନ୍ଧି ଓ ଅବ୍ୟବହୃତ କୂଅ ଓ ବାମ୍ଫିମାନଙ୍କ ନନ୍ଦ ଓ ପଥର ସନ୍ଧିରେ ଉଠିବା ଶାଖା ପୂର୍ଣ୍ଣଯୁକ୍ତ କ୍ଷୁଦ୍ର ଗୁଳ୍ମ —Ferns.
ପାଷାଣ ଭେଦୀରେ ମଣ୍ଡିତ ତୋରଣ ଶଇବାଳ ସ୍ତରେ ଭିତ୍ତି ସୂଚିକଣ ରାଧାନାଥ. ଚିଲିକା