ପାହାନ୍ତି ତାରା
ଦେଖଣା
ପାହାନ୍ତି ତାରା
ଉଚ୍ଚାରଣ
[ସମ୍ପାଦନା](ପାହାନ୍ତିଆ ତାରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାହାନ୍ତି ତାରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭାତୀ, ତାରା)
[ସମ୍ପାଦନା]- ୧. ପ୍ରଭାତୀ ତାରା; ରାତି ପ୍ରହରେ ଥାଇଁ ଯେଉଁ ତାରା ପୂର୍ବଦିଗରୁ ଉଇଁ ସକାଳ ହେଲାବେଳକୁ ପୂର୍ବାକାଶରେ ଦେଖା ଯାଉଥାଏ —୧. The morning star; the shining star seen in the eastern sky before dawn.
[ଦ୍ରଷ୍ଟବ୍ୟ —ଏହା ଗୋଟିଏ ନୁହେଁ, ବର୍ଷର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରହ ଯଥା—ମଙ୍ଗଳ, ବୃହସ୍ପତି, ସୁକ୍ର ଓ ଶନି ପାହାନ୍ତିଆ ସମୟରେ ପୂର୍ବଦିଗରୁ ଉଅଁନ୍ତି—କିନ୍ତୁ ସମସ୍ତଙ୍କ ମଧ୍ୟରେ ଶୁକ୍ର ଉଜ୍ଜ୍ୱଳତମ ଓ ତା ପରେ ବୃହସ୍ପତି ଏମାନେ ଗତି କରୁ କରୁ ଯେତେବେଳେ ପ୍ରଭାତ ପୂର୍ବରୁ ପୂର୍ବଆଡ଼େ ଦେଖାଯାଆନ୍ତି ତାଙ୍କୁ ପାହାନ୍ତିଆ ତାରା ବୋଲାଯାଏ ଓ ରାତି ପହରକ ପର୍ଯ୍ୟନ୍ତ ପଶ୍ଚିମଆଡ଼େ ଦେଖାଯାନ୍ତି ତାଙ୍କୁ ପହରିକିଆ ବା ସନ୍ଧ୍ୟା ତାରା କହନ୍ତି ସମୟେ ସମୟେ ପୁନର୍ବସୁ ନକ୍ଷତ୍ରରେ ଥିବା ପ୍ରଶ୍ୱା ନକ୍ଷତ୍ର (dogstar—ଯାହା ନକ୍ଷତ୍ରମାନଙ୍କ ମଧ୍ୟରେ ଉଜ୍ଜ୍ୱଳତମ) ସନ୍ଧ୍ୟା ପରେ ବା ଭୋର ପୂର୍ବରୁ ପଶ୍ଚିମକାଶରେ ବା ପୂର୍ବାକାଶରେ ଦେଖାଗଲେ ତାକୁ ମଧ୍ୟ ଲୋକେ ପ୍ରଭାତୀ ତାରା ଓ ସନ୍ଧ୍ୟା ତାରା କହନ୍ତି ]
- ୨. ଶୁକ୍ର ଗ୍ରହ —୨. The venus.