ପିଆଇବା
ଦେଖଣା
ପିଆଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପିଆଇବା
|
ପିଏଇବା, ପ୍ୟାଇବା, ପ୍ୟେଇବା ଅନ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ପା. ଧାତୁ ଣିଚ)
[ସମ୍ପାଦନା]- ୧. ପିଇବା କ୍ରିୟାର ଣିଜନ୍ତ ରୂପ —୧. Causative of Pi-ibā
- ୨. (ମାତା ଶିଶୁକୁ ସ୍ତନ୍ୟ) ପାନ କରାଇବା — ୨. To give a sucking to a child.
- ୩. ପାନାର୍ଥ କୌଣସି ବ୍ୟକ୍ତିକୁ ବା ଜୀବକୁ ଜଳାଦି ଦେବା — ୩. To give a drink to a person or animal.
- ୪. ମାଳିର ଦାନା ଗୁଡ଼ିକ ନୀରନ୍ଧ୍ର ଭାବରେ ଗୁନ୍ଥି ଦେବା — ୪. To string very closely the beads of a necklace with a stout thread.
- ୫. କୌଣସି ବ୍ୟକ୍ତିର ବା ଜୀବର ମୁଖରେ ପାନୀୟ ବସ୍ତୁକୁ, ଦେବା— ବା ଢାଳିବା —୫. To pour a drink into the mouth of a person or animal.
- ୬. ତରଳ ପଦାର୍ଥ ଢାଳି ସନ୍ଧିମାନ ବୁଜିବା — ୬. To close the interstics or cracks by filling them up with some liquid.
(ଯଥା—ଗୁଡ଼ିଏ ଇଟା ଭୂଇଁରେ ବିଛାଇ ତହିଁର ସନ୍ଧିରେ ପାଣିଆ ଚୂନ ବା କାଦୁଅ ପିଆଇଲେ ତାହା ନିବୁଜ ହୁଏ)
- ୭. କୌଣସି ଅଳଙ୍କାରର ସନ୍ଧାରେ ଢଳା ଧାତୁ ଢାଳିବା — ୭. To pour molten metal into holes of an ornament.