Jump to content

ପିଆରୀମୋହନ ଆଚାର୍ଯ୍ୟ

ଉଇକିଅଭିଧାନ‌ରୁ

ପିଆରୀମୋହନ ଆଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଟକର ପିଆରୀମୋହନ ଏକାଡେମୀ ନାମକ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା — Late Babu Piarymohan Acharjya of Cuttack.

[ ଦ୍ର—ଏ ମହାତ୍ମା ଉତ୍କଳରେ ଉପନିବେଶୀ ବଙ୍ଗୀୟ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଓ ଅତି ଅଳ୍ପ ବୟସ (୨୮: ବର୍ଷ ବୟସ)ରେ ମୃତ ହୋଇଥିଲେ (୧୮୫୨: -୧୮୮୧: ) ଏ ବିଦ୍ୟାଳୟରେ ଇଂରାଜି ଶିକ୍ଷା କରିବା ସମୟରେ ଏହାଙ୍କ ପ୍ରତିଭାର ପରିଚୟ ମିଳିଥିଲା ଓ ସେ ସମୟରେ 'ଉତ୍କଳ ପୁତ୍ର' ନାମକ ଖଣ୍ଡିଏ ପତ୍ରିକା ସମ୍ପାଦନ କରୁଥିଲେ ଏହାଙ୍କ ନିର୍ଭିକତା—ଦ୍ୱାରା ତଦାନୀନ୍ତନ ରାଜପୁରୁଷ ମାନେ ମଧ୍ୟ ବିସ୍ମିତ ହୋଇଥିଲେ ଉତ୍କଳକୁ ଏ ଆପଣାର ମାତୃଭୂମି ରୂପେ ପୂଜା କରୁଥିଲେ ଉତ୍କଳର ଇତିହାସର ଅଭାବ ଦେଖି ଏ ବହୁ ଗ୍ରନ୍ଥ , ମାଦଳାପାଞ୍ଜି ଓ ପୁରୁଣା ରାଜକୀୟ ନଥିମାନ ଗବେଷଣାପୂର୍ବକ ଗୋଟିଏ ଓଡ଼ିଆ ଇତିହାସ ରଚନା କରିଥିଲେ ଉକ୍ତ ଇତିହାସ ପରି ଖଣ୍ଡିଏ ଇତିହାସ ଅବଧି ସଂକଳିତ ହୋଇ ନାହିଁ ତାଙ୍କର ଓଡ଼ିଆ ଭାଷା ପ୍ରତି ପ୍ରଗାଢ଼ ପ୍ରେମ ଥିଲା ଏ ମହାଶୟ କଟକର ପିଆରୀମୋହନ ଏକାଡେମୀର ପ୍ରତିଷ୍ଠା ବିଷୟରେ ସୂତ୍ରଧର ହୋଇଥିଲେ ଏହାଙ୍କ ଅକାଳ ବିୟୋଗରେ ଉତ୍କଳର ଅତ୍ୟନ୍ତ କ୍ଷତି ହୋଇଅଛି ]