Jump to content

ପିଙ୍ଗଳା

ଉଇକିଅଭିଧାନ‌ରୁ

ପିଙ୍ଗଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପିଙ୍ଗଳ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବାମନ ନାମକ ଦକ୍ଷିଣ ଦିଗ୍ଗଜ୍ମର ସ୍ତ୍ରୀ —୧. The female of the mythological elephant guarding the south quarter of the globe.
୨. ଭାଗବତ ବର୍ଣ୍ଣିତ ଜଣେ ବେଶ୍ୟାର ନାମ — ୨. The name of a courtesan in the Bhāgabata.

[ଦ୍ରଷ୍ଟବ୍ୟ —ବିଦେହ ନଗର ବାସିନୀ ଏ ବେଶ୍ୟା ଏକ ସମୟରେ ପୂର୍ବ— ନିର୍ଦ୍ଦିଷ୍ଟ ସଙ୍କେତ ସ୍ଥାନରେ ନାଗରର ଆଗମନ ପ୍ରତିକ୍ଷା କରି ବ୍ୟର୍ଥ— ମନୋରଥା ହୋଇ ଅତ୍ୟନ୍ତ ମନଃକଷ୍ଟ ଭୋଗ କରିବା ଅବସ୍ଥାରେ ତାହା ମନରେ ଈଶ୍ୱର ଭକ୍ତିର ଉଦୟ ହେଲା ଓ ସେ ଏକାନ୍ତ ନିଷ୍ଠାଦ୍ୱାରା ମୋକ୍ଷ ଲୋଭ କଲା ମହାଭାରତରେ ଭୀଷ୍ମ, ଯୁଧିଷ୍ଠରଙ୍କୁ ମୋକ୍ଷ ବିଷୟରେ ଉପଦେଶ ଦେବାପ୍ରସଙ୍ଗରେ ପିଙ୍ଗଳା ବେଶ୍ୟାର ଉଦା— ହରଣ ଦେଇଥିଲେ]

୩. ନାଡ଼ୀ ବିଶେଷ —୩. One of the tree veins or blood vessels of the human body.

[ଦ୍ରଷ୍ଟବ୍ୟ —ଯୋଗଶାସ୍ତ୍ରୋକ୍ତ ଅସ୍ଥିବିଜ୍ଞାନ ମତରେ ଶରୀରମଧ୍ୟସ୍ଥ ୩ ଗୋଟି ପ୍ରଧାନ ନାଡ଼ୀମଧ୍ୟରୁ ଏବହା ଦକ୍ଷିଣ ପାର୍ଶ୍ୱସ୍ଥିତ ନାଡ଼ୀ; ଏହା ମସ୍ତକଠାରୁ ମେରୁଦଣ୍ଡ ପର୍ଯ୍ୟନ୍ତ ଅବସ୍ଥିତ ଓ ଏହା ଶ୍ୱାସ କ୍ରିୟାର ଏବଂ ବାୟୂ ଗମନାଗମନର ପ୍ରଧାନ ପଥ ଅଟେ ତନ୍ତ୍ରମତରେ ଏ ନାଡ଼ୀରେ ସୂର୍ଯ୍ୟଙ୍କ ଅବସ୍ଥାନ ପିଙ୍ଗଳା ନାଡ଼ୀ ବାଟେ ପବନ ଗଲା ବେଳେ ମନୁଷ୍ୟର ଡାହାଣ ନାକଫୁଡ଼ା ବାଟେ ଶ୍ୱାସ ଯିବା ଆସିବା କରେ ଏ ନାଡ଼ୀରେ ଶ୍ୱାସ ଯିବାବେଳେ କଠିନ ବିଷୟର ପଠନ, ପାଠନ, ସ୍ତ୍ରୀ ପ୍ରସଙ୍ଗ, ନୌକାରୋହଣ, ସୁରାପାନ, ଶତ୍ରୁକୁ ଆକ୍ରମଣ ଦ୍ୟୁତକ୍ରୀଡ଼ା ଆଦି କଲେ ଭଲ ଫଳ ହୁଏ—ହିନ୍ଦୀ - ଶ.]

୪. ଶିଂଶପା ବୃକ୍ଷ; ଶିଶୁ ଗଛ —୪. The ṡiṡu timber-tree; Dalbergia Sisu.
୫. ରାଶି ଚକ୍ରର ସ୍ଥାନ ବା ସମୟ —୫. An astrological. house or period.
୬. ଲକ୍ଷ୍ମୀ—(ହିନ୍ଦୀ - ଶ) —୬. Goddess Lakshmī
୭. ଗୋରୋଚନା (ହିନ୍ଦୀ - ଶ) —୭. A yellow dye extracted from cows.
୮. ପକ୍ଷିବିଶେଷ —୮. A species of bird.