ପିଚ୍ଛ
ଦେଖଣା
ପିଚ୍ଛ
ଉଚ୍ଚାରଣ
[ସମ୍ପାଦନା](ପିଚ୍ଛକ—ଅନ୍ୟରୂପ)
ସଂସ୍କୃତ - ବି—(ପିଚ୍ଛ ଧାତୁ+ଅ)
[ସମ୍ପାଦନା]- ୧. ମୟୂରପୁଚ୍ଛ — ୧. The tail of peacock.
- ୨. ପକ୍ଷୀର ଲାଞ୍ଜ — ୨. The tail feather of a bird.
- ୩. ଲାଙ୍ଗୁଡ଼ —୩. Tail.
- ୪. ଚୂଡ଼ା —୪. Vrest.
- ୫. ମୋଚରସ (ହିନ୍ଦୀ - ଶ.) (ଦେଖ) - —୫. Mocharasa.
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପିଚ୍ଛ)
[ସମ୍ପାଦନା]- ୧. ଚାମର ବା ପୁଚ୍ଛକାରରେ ବନ୍ଧା ହୋଇଥିବା ଖଜୁରି ଗଛର ଡାଳ; ପିଞ୍ଛ — ୧. Some brances of date palm tree bound together (like the aspergill of the Roman Catholic church).
[ଦ୍ରଷ୍ଟବ୍ୟ —ଏହାକୁ ଗୋବରପାଣିରେ ବୁଡାଇ ଧାନ କିଆରୀରେ ଥିବା ଧାନଗଛ ଉପରେ ଛିଞ୍ଚିଦେଲେ ଗୋରୁମାନେ ଗୋବର ଗନ୍ଧ ଯୋଗୁଁ ଧାନ ଗଛ ଆଡ଼କୁ ମୁହଁ ବଢ଼ନ୍ତି ନାହିଁ]
- ୨. ରାଜମିସ୍ତ୍ରୀମାନେ ପଲସ୍ତରା କରାଯିବା ସ୍ଥାନରେ ପାଣି ଛିଞ୍ଚିବା ପାଇଁ ବ୍ୟବହାର କରୁଥିବା କୁଟାର ବନ୍ଧା ଗୋଛା — ୨. A bundle of straw bound together and used in sprinkling water over the part to be plastered.
- ୩. ରାଜୋପକରଣବିଶେଷ; ରାଜ ଚାମର; କ୍ଷୁଦ୍ର ଚାମର — ୩. A small chowrie of feathers or tail-shaped fan used to fan kings. (one of the insignia of royalty)
- ୪. ଭାତ ଗାଳିବା ପାଇଁ ଅଣିଆ ହୋଇଥିବା ଭାତ ହାଣ୍ଡି ମୁହଁରେ ଦିଆଯିବା ପୁଚ୍ଛାକାର ତାଳପତ୍ରର ମଢ଼ୁଆବନ୍ଧା ବିଡ଼ା — ୪. A bundle of palm leaf backs put on the mouth of an inclined cooking pot for sifting down the scum from boiled rice.
[ଦ୍ରଷ୍ଟବ୍ୟ —ଭାତହାଣ୍ଡି ଫନ୍ଦରେ ଏହାକୁ ଲଗାଇ ଭାତହାଣ୍ଡିକୁ ଅଣାଇ ଦେଲେ ଭାତ ଯାକ ହାଣ୍ଡିମଧ୍ୟରେ ରହିଯାଏ ଓ ସେ ପିଞ୍ଛର ମଧ୍ୟ ଦେଇ ଛାଣି ହୋଇ ପେଜଯାକ ତଳକୁ ବହି ଆସେ]
[ଦ୍ରଷ୍ଟବ୍ୟ —'ପିଚ୍ଛ' ପକ୍ଷିଙ୍କ ପୁଚ୍ଛ ଗୁଚ୍ଛ ଅଟେ ଓ 'ଚାମର' ପଶୁଙ୍କ ପୁଚ୍ଛ ଗୁଚ୍ଛ ଅଟେ ପୁଚ୍ଛର ସାଧାରଣ ଅର୍ଥ ପଶୁଙ୍କ ଲାଙ୍ଗୁଡ଼ ଓ ପିଚ୍ଛର ଅର୍ଥ ପକ୍ଷୀଙ୍କ ଲାଙ୍ଗୁଡ଼]
ପିଚ୍ଛ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଚ୍ଛ)
[ସମ୍ପାଦନା]ପିଚ୍ଛ (ଦେଖ) - — Pichchha (See)
ଆଲଟି ପିଛ ସୁଚାମର ରାଜା ଖଟନ୍ତି ଶ୍ରୀହସ୍ତର ଭୂପତି—ପ୍ରେମପଞ୍ଚାମୃତ