Jump to content

ପିଜୁଡ଼ି

ଉଇକିଅଭିଧାନ‌ରୁ

ପିଜୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପିଜୁଡ଼ ପିଜୁଡ଼ୁ, ପିଜୁଳ, ପିଜୁଳି, ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରେବତ ଫଳ)

[ସମ୍ପାଦନା]

ପିଦୁଡ଼; ପିଆରା; ଚାଉଳିଆଫଳ — Guava; Ficus Carica; Psidium Guyava.

[ଦ୍ରଷ୍ଟବ୍ୟ —ଏ ଗଛ ଆମେରିକାରୁ ଏ ଦେଶକୁ ପ୍ରଥମେ ଆସିଥିଲା ଏହା ଜମ୍ୱୁକାଦି ବର୍ଗର ଛୋଟ ଉଦ୍ୟାନ ବୃକ୍ଷ; ଗ୍ରୀଷ୍ମକାଳରେ ଧଳା ଫୁଲ ଧରେ; ଗଛ ପ୍ରାୟ ବଙ୍କା; ଛାଲ ମସୃଣ; ବକଳରୁ ଛାଲ ପାଖୁଡ଼ା ଉଠାଯାଏ; କାଠ ଖୁବ୍ ଟାଣୁଆ; କଞ୍ଚାଫଳ ଓ ପତ୍ର କଷା; ପାଚିଲେ ସ୍ୱାଦ ହୁଏ ଏହାର ପତ୍ର ମୁଖର ଦୁର୍ଗନ୍ଧନାଶକ; ଏହାର ମଞ୍ଜି ଚାଉଳ ପରି, ଏଥିପାଇଁ ଏହାର ନାମ ଚାଉଳିଆ

ଏହା ବଡ଼ ଓ ସାନ ଭେଦରେ ଦୁଇ ପ୍ରକାର ସାନ ପିଆରାର ସଂସ୍କୃତ ନାମ—ପାରେବତ, ରୈବତ, ଆରେବତକ, ମଧୁଫଳ, ଅମୃତ ଫଳ ଓ ପାରେବତକ ଏହା ମଧୁରସ, ବଳକାରକ, ହୃଦୟଗ୍ରାହୀ, ସ୍ନିଗ୍ଧ, ରୁଚିକର ଓ ଶୁକ୍ରଜନକ

ବଡ଼ ପିଆରାର ସଂସ୍କୃତ ନାମ—ମହାପାରେବତ, ସ୍ୱର୍ଣ୍ଣ ପାରେବତ, ସାମ୍ରାଣିଜ, ଖାରିକ, ରକ୍ତରୈବତକ, ବୃହତ୍ ପାରେବତ, ଦ୍ୱୀପଜ ଓ ଦ୍ୱୀପଖଜ୍ଜୁର; ଏହା ବଲକାରକ, ପୁଷ୍ଟିକର, ବୃକ୍ଷ୍ୟ, ଏବଂ ମୂର୍ଚ୍ଛା ଓ ଜ୍ୱର ନାଶକ ଏହା ପୂର୍ବୋକ୍ତ ପିଆରା ଅପେକ୍ଷା ଅଧିକ ଗୁଣବିଶିଷ୍ଟ ଉଭୟ ପ୍ରକାର ପିଆରାର ପତ୍ରକୁ ପୋଡ଼ି ଅଫିମ ସଙ୍ଗେ ରାନ୍ଧି ଲୋକେ ମଦତ୍ ବା ଗୁଲି ତିଆରି କରନ୍ତି]