Jump to content

ପିଣ୍ଡାରୀ

ଉଇକିଅଭିଧାନ‌ରୁ

ପିଣ୍ଡାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହିନ୍ଦୀ - ପିଣ୍ଡାରା. ମ. ପେଣ୍ଟାରୀ, ତୁଳ ଓ ପେଣ୍ଠ=ହାଟ, ହାଟ ଲୁଣ୍ଠନକାରୀ ଦସ୍ୟୁ)

[ସମ୍ପାଦନା]

ଖ୍ରୀ. ଅଷ୍ଟାଦଶ ଶତାଦ୍ଦିରେ ମଧ୍ୟଭାରତରେ ଲୁଣ୍ଠାଦି ଉପଦ୍ରବ କରୁଥିବା ଦସ୍ୟୁ— ଦଳ —The pindarees; hordes od robbers who infested central India in the ୧୮ th century.

[ଦ୍ରଷ୍ଟବ୍ୟ —ପିଣ୍ଡାରୀମାନେ କୌଣସି ସ୍ୱତନ୍ତ୍ର ଜାତି ନଥିଲେ ଲୁଟିଆରା ଦଳକୁ ପଣ୍ଡାରୀ ବୋଲାଯାଉ ଥିଲା ମରହଟ୍ଟା, ଆଫଗାନ୍ ଆଦି କେତେକ ଜାତିର ଲୋକ ଏହି ଦଳଭୁକ୍ତ ହୋଇଥିଲେ ଏମାନଙ୍କର କୌଣସି ଜିଲ୍ଲା ବା ନିର୍ଦ୍ଦିଷ୍ଟ ସୈନ୍ୟଦଳ ନ ଥିଲେ ଖ୍ରୀ. ଅଷ୍ଟାଦଶ ଶତାଦ୍ଦିରେ ଏମାନେ ମଧ୍ୟଭାରତରେ ଲୁଟ ପାଟ କରି

ବିଶେଷ ଉପଦ୍ରବ କରୁଥିଲେ ଅମୀର ଖାଁ ପିଣ୍ଡାରୀମାନଙ୍କ ସର୍ଦ୍ଦାର ଥିଲେ ଲର୍ଡ଼ ହେଷ୍ଟିଙ୍ଗ୍ସ ୧୮: ଖ୍ରୀଷ୍ଟାଦ୍ଦରେ ବିପୁଳ ସୈନ୍ୟ ନେଇ ଏମାନଙ୍କୁ ଘେରିଲେ ଏମାନଙ୍କର ଦଳପତୀ ଅମିର ଖାଁ ରାଜପୁତାନାର ଟଙ୍କ ରାଜ୍ୟ ପାଇ ସନ୍ତୁଷ୍ଟ ହେଲେ ଓ ଇଂରାଜମାନଙ୍କ ଅଧୀନତା ସ୍ୱାକାର କଲେ ଅମୀର ଖାଁଙ୍କ ବଂଶଧରମାନେ ଅବଧି ଟଙ୍କ ରାଜ୍ୟର ନବାବ ପିଣ୍ଡାରୀମାନଙ୍କ ଦ୍ୱିତୀୟ ସର୍ଦ୍ଦାର ଚିତୁ ଖାଁ ଅରଣ୍ୟକୁ ପଳାଇ ଯାଇ ବ୍ୟାଘ୍ର ମୁଖରେ ମୃତ୍ୟୁ ଲଭିଲେ ତୃତୀୟ ସରଦାର କରିମ ଖାଁ ଧୃତ ହୋଇ ଇଂରାଜଙ୍କ ଶରଣା ପନ୍ନ ହେବାରୁ ଏହାଙ୍କୁ ସଂଯୁକ୍ତ ପ୍ରଦେଶରେ ବସ୍ତି ଜିଲ୍ଲାରେ କେତେକ ଜମି ବଂଶାନୁକ୍ରମେ ଜାଗିରି ଦିଆଗଲା ଏହିପରି ପିଣ୍ଡାରୀମାନଙ୍କ ଦଳ ଧ୍ୱଂସ ପ୍ରାପ୍ତ ହେଲା—ଭୋଳାଲାଲ ଦାସ. ମିଡ଼ିଲ୍ ଭାରତ ଇତିହାସ]