ପିତ୍ତ
ପିତ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବି—(ଅପି=ନିଶ୍ଚୟରୂପେ+ଦୋ ଧାତୁ=ଛେଦନ କରିବା କିମ୍ୱାଦେଶଜ - ଧାତୁ=ପାଳନ କରିବା+କର୍ତ୍ତୃ. ତ)
[ସମ୍ପାଦନା]ବୈଦ୍ୟ— ଶାସ୍ତ୍ର (ଶରୀରସ୍ଥ ପ୍ରଧାନ ତିନି ଧାତୁ (ବାତ, କଫ ଓ ପିତ୍ତ) ମଧ୍ୟରୁ ଏକତମ —The gall; bile; choler.
[ଦ୍ରଷ୍ଟବ୍ୟ —ପିତ୍ତ ଶରୀରର ଅନ୍ତର୍ଗତ ଯକୃତ୍ରୁ ଉତ୍ପନ୍ନ ହୁଏ ଏହାର ବର୍ଣ୍ଣ ନୀଳାଭ ପୀତ୍ତବର୍ଣ୍ଣ ଓ ଏହାର ସ୍ୱାଦ ତିକ୍ତ ବା ପିତା ଏହା ଯକୃତ୍ର ବାହାରି ଦୁଇଟି ନାଡ଼ୀଦ୍ୱାରା ପକ୍ୱାଶୟକୁ ଆସି ସେଠାରେ ଆହାରରସ ସଙ୍ଗେ ମିଶେ ପକ୍ୱା— ଶୟରେ ଆହାର ଦ୍ରବ୍ୟ ନ ଥିଲେ ପିତ୍ତ ପୁଣି ଯକୃତ୍କୁ ଫେରିଯାଏ ଆହାରରସରୁ ଅମ୍ଳତା ଦୂର କରିବା, ପେଟ ଭିତରେ ଆହାର୍ଯ୍ୟ ଦ୍ରବ୍ୟକୁ ସଢ଼ାଇ ନ ଦେବା, ଶରୀରର ତାପକୁ ସ୍ଥିର ରଖିବା ପିତ୍ତର କାର୍ଯ୍ୟ ପିତ୍ତ କମିଗଲେ ମନ୍ଦାଗ୍ନି ଅତିସାର ଓ କୋଷ୍ଠକାଠିନ୍ୟ ହୁଏ ପିତ୍ତ ଅଧିକ ହେଲେ ଜ୍ୱର, ଦାହ, ବମନ, ତୃଷା, ମୂର୍ଚ୍ଛା ଓ ନାନା ଚର୍ମରୋଗ ହୁଏ ପିତ୍ତ କମି ହେଲେ ଦେହ ହଳଦିଆ ଦେଖାଯାଏ ସମୟ ସମୟରେ ଶରୀରରେ ପିତ୍ତ ଅଧିକ ହେଲେ ତାହା ବାନ୍ତିଦ୍ୱାରା ବାହାରିଯାଏ ଏହା ଶରୀରସ୍ଥ ତିନି ଧାତୁ (କଫ, ବାତ ଓ ପିତ୍ତ) ମଧ୍ୟରେ ଏକତମ
ସାଧାରମ ଲୋକଙ୍କ ମଧ୍ୟରେ ବିଶ୍ୱାସ ଅଛି ଯେ, ଲୋକର ପିତ୍ତ ଅଧିକ ହେଲେ ଲୋକ ରାଗି ଉଠେ ଓ ବେଳେ ବେଳେ ବାତୁଳ ପରି ହୁଏ ଏବଂ ଦେହରେ ପିତ୍ତ ଅଧିକ ଥିବା ବ୍ୟକ୍ତି ଦୁର୍ବଳ ଓ ଚିଡ଼ଲ ହୁଅନ୍ତି]