ପିପଳି
ପିପଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିପୁଳି, ପିମ୍ପଳ, ପିମ୍ପୁଳି, ପିପୋଳି, ପିମ୍ପୋଳିଅନ୍ୟରୁପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିପ୍ପଳୀ)
[ସମ୍ପାଦନା]ତାମ୍ୱୁଳାଦି ବର୍ଗର ଦୀର୍ଘାୟୁ ଲତା— ବିଶେଷ —Long pepper; Piper Longunu; Chavica Roxiburghii.
[ ଦ୍ର—ଏହା ଏକପ୍ରକାର ଲତା ଏହାର କଞ୍ଚା ଫଳ ଶୁଖିଲେ ରାଗ ଲାଗେ ପାଚିଲା ଫଳ ଈଷତ୍ ମିଠା ଲାଗେ ଏହାର ପତ୍ର ଛୋଟ ପାନ ପରି ଏହା ଚାଷ କରାଯାଏ ଏହା ଅନେକ ଔଷଧରେ ବ୍ୟବହୃତ ହୁଏ ଏହା ଅଗ୍ନି ଦୀପକ, ବୃଷ୍ୟ, ମଧୁରବିପାକ, ରସାୟନ, ଅନୁଷ୍ଣ, କଟ ସ୍ନିଗ୍ଧ, ବାତ— ଶ୍ଳେଷ୍ମନାଶକ, ଲଘୁ ଓ ରେଚକ ଏହା ଶ୍ୱାସ, କାଶ, ଉଦର, ଜ୍ୱର, କୁଷ୍ଠ, ପ୍ରମେହ, ଗୁଳ୍ମ, ଅର୍ଶ, ପ୍ଳୀହା, ଶୂଳ ଓ ଅମବାତ ବିନାଶକ କଞ୍ଚା ପିପ୍ପଳି, କଫକାରକ, ଶୀତଳ, ମଧୁର, ରସ ଓ ପିତ୍ତନାଶକ; ଶୁଷ୍କ ପିପ୍ପଳୀ ପିତ୍ତ ପ୍ରକୋପକ ପିପ୍ପଳି ମଧୁସହ ସେବନ କଲେ ମେଦୋରୋଗ କଫ, ଶ୍ୱାସ, କାସ ଓ ଜ୍ୱର ନିବାରିତ ହୁଏ; ବଳ, ମେଧା ଓ ଅଗ୍ନି ବର୍ଦ୍ଧିତ ହୁଏ ଏହା ଗୁଡ଼ ସହିତ ସେବନ କଲେ ଜୀର୍ଣ୍ଣଜ୍ୱର, ଅଗ୍ନିମାନ୍ଦ୍ୟ, କାସ, ଅଜୀର୍ଣ୍ଣ. ଅରୁଚି, ଶ୍ୱାସ, ହୃଦ୍ରୋଗ, ପାଣ୍ଡୁ ଓ କ୍ରିମି ନଷ୍ଟ ହୁଏ
ଏହି ଜାତୀୟ ଅରଣ୍ୟ ଲତାର ଫଳ ପିପ୍ପଳୀ ଆକାରର ହୁଏ କିନ୍ତୁ ଖୁବ ବଡ଼ ଏହାକୁ ସଂସ୍କୃତରେ, ଗଜପିପ୍ପଳୀ, କରିପିପ୍ପଳୀ ଓ ଭାଷାରେ ଗଜପିପ୍ପଳା କହନ୍ତି ଏହା ଚବିକା ଲତାର ଫଳ ଏହାର ମୂଳ ଔଷଧରେ ଲାଗେ ଏ ଲତାର ଫଳମଞ୍ଜରୀ ହାତୀଶୁଣ୍ଢ ପରି ସ୍ଥୂଳ ଥିବାରୁ ଏହାର ନାମ ଗଜପିପ୍ପଳୀ (Pothos official).
ଆଉ ଏକପ୍ରକାର ପିପ୍ପଳୀର ମୂଳକୁ ସଂସ୍କୃତରେ ପିପ୍ପଳୀମୂଳ ଓ ଭାଷାରେ ପିପ୍ପଳା ବା ବଣ ପିପ୍ପଳା କହନ୍ତି (Scindapsus Offiicinalis)ଏହା ଔଷଧରେ ଲାଗେ ]