Jump to content

ପିୟାଳ

ଉଇକିଅଭିଧାନ‌ରୁ

ପିୟାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ପୀ ଧାତୁଜ? ପୀୟ (ସୌତ୍ର ଧାତୁ=ତୃପ୍ତ କରିବା+ କର୍ତ୍ତୃ. ଆଳ)

[ସମ୍ପାଦନା]

ଚରୁଗଛ; ଚାରକୋଳି ଗଛ, ରାଜା— ଦନ ବୃକ୍ଷ; ଆମ୍ରାଦି ବର୍ଗର ଆରଣ୍ୟ ତରୁ ବିଶେଷ —Buchanania Latifolia; Chirolia Sapida.

[ଦ୍ରଷ୍ଟବ୍ୟ —ଏଥିରେ ଫଳ କୃଷ୍ଣବର୍ଣ୍ଣ ଓ ମନୁଷ୍ୟଭୋଜ୍ୟ ମଞ୍ଜି ଭିତରୁ ବାଦାମ ଭଳି ସୁସ୍ୱାଦୁ ଶସ ବାହାରେ ଏଥିରୁ ତେଲ ବାହାରେ, ଏହାର ପାଚିଲା କୋଳି ଖାଆନ୍ତି ଓ ହିନ୍ଦୁସ୍ଥାନ ପ୍ରଭୃତିରେ ଏ କୋଳିଦ୍ୱାରା ମିଷ୍ଟାନ୍ନ ପ୍ରସ୍ତୁତ ହୁଏ ବସନ୍ତ ଋତୁରେ ଏ ଗଛ ଆମ୍ୱଗଛ ପରି ବଉଳେ; ଏହାର ଛେଲି, ପତ୍ର ଓ ବୀଜ ଔଷଧାର୍ଥ ବ୍ୟବହୃତ ହୁଏ ଏହାର ବୀଜ ମଧୁର, ଶୀତଳ, ଧାତୁ ପୁଷ୍ଟକର, ବାତ୍ତ, ପିତ୍ତ, ଦାହ, ଜ୍ୱର ଓ ତୃଷାହାରକ ଏହା ଆମବର୍ଦ୍ଧକ, ମଳରୋଧକ ଓ ଗୁରୁପାକ ଏହାର ବୀଜଜାତ ତୈଳ ଇନ୍ଦ୍ର ଲୁପ୍ତ (ଟାଙ୍ଗରାମୁଣ୍ଡ) ରୋଗରେ ମୁଣ୍ଡରେ ମାଲିସ କରାଯାଏ ଏହାର ଛେଲିକୁ ଛେଳିଦୁଧ ସହିତ ବାଟି ଖାଇଲେ ରକ୍ତାତିସାର ଭଲ ହୁଏ ଏହାର ଛେଲିର କ୍ୱାଥ ରକ୍ତପିତ୍ତ ନାଶକ ଏଥିରେ କାଠ ଖୁବ୍ ମଝଭୁତ ଏ ଗଛର ଛାଲକୁ ଚିରିଦେଲେ ସେତିରୁ ଏକପ୍ରକାର ଅଠା ବାହାରେ]