ପିୟାସାଳ
ଦେଖଣା
ପିୟାସାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିୟାସାଳ
|
=== ଦେଶଜ - ବିଶେଷ୍ୟ -(ସଂସ୍କୃତ - ପୀତଶାଳ)
ଆରଣ୍ୟ ଉଚ୍ଚ ତରୁବିଶେଷ — The Indian Kino tree; Ptrocarpus Marsupium;
ଅନୁବାଦ
[ସମ୍ପାଦନା]ପିୟାସାଳ
|
ପ୍ରିୟକ ସର୍ଜକ, ଜୀବକ, ଅସନ, ବୀଜକ; ମହାସର୍ଜ, ବନ୍ଧୂକପୁଷ୍ପ ପ୍ରିୟସାଳକ * ବଙ୍ଗାଳୀ: পিআশাল
ତେ—ମାର୍ଦ୍ଦି, ମର୍ଦ୍ଦି ମ—ବିବଲା ଗୁ—ବିୟାଂ ଫା—କମରକସ୍ |
Pterocaropus Acuminata (Haines). Pentaptera Tomentosa.
[ଦ୍ରଷ୍ଟବ୍ୟ —ଏହାର କାଠ ପୀତ ବା ଆରକ୍ତ ପୀତ; ଏ ଗଛରୁ ଗାଢ଼ ରକ୍ତ ବର୍ଣ୍ଣ ନିର୍ଯ୍ୟାସ (gum kino) ବାହାରେ ଏହାର କାଠ ଶାଳ କାଠ ପରି ଶକ୍ତ ନୁହେ କିନ୍ତୁ ଏ କାଠରେ ବାକ୍ସ, କବାଟ, ଚଉକି, ପଲଙ୍କ, ଖଟ, ଟେବଲ ଆଦି ତିଆରି ହୁଏ ଓଡ଼ିଶାର ଗଡ଼ଜାତମାନଙ୍କରେ ଏ ଗଛ ଅନେକ ଜନ୍ମେ ଏ ଗଛ ଶୀତଦିନେ ପତରଝଡ଼ା ଦିଏ ଏଥିର ଛାଲରୁ ହଳଦିଆ ରଙ୍ଗ ତିଆରି ହୁଏ ସିବଂହଭୂମ ଓ ଛୋଟନାଗପୁର ଅଞ୍ଚଳରେ ଏ ଗଛରେ ଟସର ପୋକମାନେ ଗୋଟୀ ବାନ୍ଧନ୍ତି ସ୍ଥାନେ ସ୍ଥାନେ ଏଥିରେ ଲାଖ ପୋକ ମଧ୍ୟ ଲାଗନ୍ତି ବୈଦ୍ୟକ ମତରେ ପିୟାସାଳ, ଶ୍ୱିତ୍ର, କୁଷ୍ଠ, ବିସର୍ପ, ପ୍ରମେହ, ଗୁହ୍ୟକୃମି କଫ, ରକ୍ତପିତ୍ତ ଦୂର କରେ ଓ କେଶ ଓ ଚର୍ମର ହିତକର ଅଟେ ]