ପୁଟ
ଦେଖଣା
ପୁଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଟ୍ ଧାତୁ=ସଂଲଗ୍ନ ହେବା+କର୍ମ. ଅ)
[ସମ୍ପାଦନା]- ୧. ଲୁଗାଆଦିର ଭାଙ୍ଗ ବା ସ୍ତର —୧. Fold; layer.
- ୨. ପୁଡ଼ା; ପୁସ୍ତକର ପୃଷ୍ଠା —୨. Page of a book.
- ୩. ଆବରଣ; ଘୋଡ଼ଣୀ; ଢା଼ଙ୍କୁଣୀ — ୩. Cover; covering; lid.
- ୪. ଗୋଲ ଓ ଗଭୀର ପାତ୍ର — ୪. A round and deep cup.
- ୫. ଖୋଳ; ଖାପ —୫. Sheath.
- ୬. ଥଳି —୬. Bag.
- ୭. ପତ୍ର ନିର୍ମିତ ଚଉପଦୀ; ଠୋଲା; ଠୋଙ୍ଗା; ଦନା — ୭. A cup made of leaves.
- ୮. ପିଣ୍ଡୁଳା —୮. A ball; lump.
- ୯. ଗଣ୍ଠିରି; ପୁଡ଼ା; ପୁଡ଼ିଆ; ପୋଟଳା, ବୋକଚା — ୯. Packet; capsule; bundle.
- ୧. କରତଳକୃତ ଆଧାର; ପୋଷ — ୧୦. The hollow of the palm.
- ୧୧. କରପୁଟ; କରଯୋଡ଼; ଆଞ୍ଜୁଳା —୧୧. The palms folded together into a cup; doubling of the palms.
- ୧୨. ଖାଲ; ଗର୍ତ୍ତ —୧୨. Cavity.
- ୧୩. ପାକପାତ୍ର —୧୩. Cooking pot.
- ୧୪. କୋଇ; ଧାତୁ ଆଉଟିବା ପାତ୍ର — ୧୪. Crucible; melting pot.
- ୧୫. ପେଡ଼ା; ଡ଼ବ୍ୱା; ଫରୁଆ; ବାକସ; ସଂଫୁଟ; ଦୁଇଫାଳ ଏକତ୍ର ଯୋଡ଼ା ହୋଇ ବନ୍ଦ କରାଯିବା ପାତ୍ର —୧୫. A closed receptacle; a casket; a closed cup made of ୨ halves fitting to each other.
ତୁଟିଲାଣି ମୋ ହୃଦ ପୁଟେ ଥିଲା ପ୍ରମୋଦ କବିସୂର୍ଯ୍ୟ. ସଙ୍ଗୀତ
- ୧୬. ପାତ୍ର —୧୬. Vessel.
- ୧୭. ଅଗଭୀର ପାତ୍ର —୧୭. A shallow cup (Apte).
- ୧୮. କୌଣସି ପତଳା ପଦାର୍ଥ (ଯଥା—ଲୁଗା, ପତ୍ର) କୁ ଭାଙ୍ଗିକରି କରାଯିବା ପାତ୍ର —୧୮. The folding or doubling up of a thin thing to form a cup or hollow (Apte).
- ୧୯. ଯୁଗ୍ମ; ଯୋଡ଼ି —୧୯. A pair; couple.
- ୨. ଘୋଡ଼ାର ଖୁରା; ଟାପୁ —୨୦. The hoof of a horse.
- ୨୧. ପରସ୍ପର ଆଲିଙ୍ଗନ —୨୧. Mutual embrace.
- ୨୨. ଓଷ୍ଠ ପୁଟ; ଓଠର ପୁଡ଼ା —୨୨. The lips.
ତାଙ୍କର ସୁରଙ୍ଗ ଅଧରପୁଟଜାତ ବାତରେ ଅଗ୍ନିଦେବ ହେଲେ ପ୍ରଜ୍ୱଳିତ କୃଷ୍ଣସିଂହ. ମହାଭାରତ. ସଭା
- ୨୩. ମୁକୁଟ —୨୩. Crown.
- ୨୪. ଚୋପି —୨୪. Cap.
- ୨୫. ପଗଡ଼ି —୨୫. Turban.
- ୨୬. କର୍ଣ୍ଣପଟ; କାନର ପୁଡ଼ା —୨୬. The flap of the ear.
- ୨୭. ନାସିକାପୁଟ; ନାକରପୁଡ଼ା — ୨୭. The skin covering the nostril; the nostril.
- ୨୮. ଗୁହ ଦେଶ ଆବରକ ବସ୍ତ୍ର; କୌପୀନ — ୨୮. A strip of rag put on over the privities.
- ୨୯. ସଂକୋଚନ —୨୯. Contracting of anything.
- ୩. ଆଖିପତା —୩୦. Eyelid (Apte).
- ୩୧. ଜାଈ ଫଳ —୩୧. Nutmeg (Apte)
- ୩୨. ମୁହାଁମୁହିଁ ସଂଲଗ୍ନ ଅର୍ଦ୍ଧବୃତ୍ତାକାର ପାତ୍ରଦ୍ୱୟବିଶିଷ୍ଟ ଔଷଧ ପାକ ପାତ୍ର —୩୨. Two hemispherical vessels joined together, the upper one made to tally into the mouth of the other, for the sublimation of medicaments.
- ୩୩. କୌଣସି ଦ୍ରବ୍ୟକୁ ପୋଡ଼ିବା ପାଇଁ ବା ଶୁଖାଇବା ପାଇଁ ଅଗ୍ନିର ବା ସୂର୍ଯ୍ୟର ତାପର ଏକଥର ପ୍ରୟୋଗ — ୩୩. A single application of fire to bake or of the sun's rays to dry a thing (Ganguly).
- ୩୪. ଖାଲ; ଖାଲୁଆ ପାତ୍ର — ୩୪. A hollow; concavity (Apte).
- ୩୫. କୋମଳ ନୁଆଗଜା ବା ପତ୍ରଉପରେ ଆବରଣ — ୩୫. The pod or capsule which envelops young shoots (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ=ସ୍ତର)
[ସମ୍ପାଦନା]- ୧. କୌଣସି ପଦାର୍ଥର ଉପରେ ବୋଳାଯିବା ରଙ୍ଗର ପତଳା ସ୍ତର —୧. A thing layer of paint laid on the surface of a thing.
ଘେନିଲେ ହେଲେ ଯତ୍ନେ କୋଟି ପୁଟ ପିତ୍ତଳୁଟି କେହି ହେବ ପୁରଟ କବିସୂର୍ଯ୍ୟ. କବିତାକଲ୍ଲୋଳ
- ୨. ଧାତୁ ଆଉଟିବା ନିମନ୍ତେ ବ୍ୟବହୃତ ପଦାର୍ଥ; ଦ୍ରାବକ — ୨. Flux; a solvent.
ପ୍ରାଦେଶିକ - (କନ୍ଧମାଳ ଓ ଅନୁଗୁଳ) ବିଶେଷ୍ୟ -
[ସମ୍ପାଦନା]ଦୁଧିଆଳୀ ଗାଈ, ମଇଁଷୀ, ବଳଦ ବା ପୋଢ଼କୁ ନିର୍ଦ୍ଦିଷ୍ଟ କେତେ ବର୍ଷ ବା ମାସ ପାଇଁ ଅନ୍ୟ ବ୍ୟକ୍ତି ନିକଟରେ ବନ୍ଧକ ଦେଇ ଟଙ୍କା ଆଣିବା — Borrowing money by pledging a milch- cow or working bullock or buffalo.
[ଦ୍ରଷ୍ଟବ୍ୟ —ଏ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସମୟ ପାଇଁ ମହାଜନ ଗାଈ ବା ମହିଁଷୀର ଦୁଧ ଖାଇବା ବଳଦ ବା ପୋଢ଼କୁ ହଳ ଓ ଶଗଡ଼ରେ ଲଗାଇ ତା ଟଙ୍କା ସୁଝିଗଲା ପରେ ଉକ୍ତ ଜୀବକୁ ମାଲିକକୁ ଫେରାଇ ଦିଏ ]
ଦେଶଜ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ବର୍ଷକ ସକାଶେ ଭଡ଼ା ଦେଇ ଅନ୍ୟର ବଳଦକୁ ହଳ ଆଦି କାର୍ଯ୍ୟ ପାଇଁ ଆଣିବା ରୀତି — The custom of bringing another person's plough-bullocks on hire for a fixed period of one year.