Jump to content

ପୁଟପାକ

ଉଇକିଅଭିଧାନ‌ରୁ

ପୁଟପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଇଟି ହାଣ୍ଡିର ମୁହଁକୁ ପରସ୍ପର ଯୋଗ କରି ଅଗ୍ନି ସାହାଯ୍ୟରେ ତହିଁରେ କରାଯିବା ଔଷଧ ପାକ କ୍ରିୟା —୧. The process of sublimation done by heating a thing in a closed vessel made of ୨ vessels, one turned over the other.
୨. ମାଟି ବା ଗୋବର ପିଣ୍ଡୁଳା ମଧ୍ୟରେ ଔଷଧ ପୂରାଇ ତାହା ନିଆଁରେ ପୋ଼ଡ଼ିବା ପ୍ରକ୍ରିୟା —୨. The process of roasting a drug inside a ball of clay or cow-dung.

[ଦ୍ରଷ୍ଟବ୍ୟ —ଯେଉଁ ଦ୍ରବ୍ୟର ପଟୁପାକ କରିବାକୁ ହେବ, ତାହା ଜଳରେ ଧୌତ କରି ଅଳ୍ପ ପେଷଣ କରିବା ପରେ ଏହା ଉପରେ ଜାମୁ, ଗମ୍ୱାରୀ ଓ ବଟ ପତ୍ର ବେଷ୍ଟନ କରି ତହିଁ ଉପରେ ୧୨: ଅଙ୍ଗୁଳି ପିରମାଣ ଲେପ ଦେବ ଏହି ମାଟି ପିଣ୍ଡର ଉପରିଭାଗ ରକ୍ତ ବର୍ଣ୍ଣ ହେବା ପର୍ଯ୍ୟନ୍ତ ଏହାକୁ ଘଷି ନିଆଁରେ ପୋଡ଼ିବା ଅନନ୍ତର ଅଗ୍ନିରୁ ବାହାର କରି ଭିତରେ ଥିବା ଔଷଧର ରସ ନିଗାଡ଼ିବ ଏହାର ନାମ ପୁଟପାକ ଦ୍ରବ୍ୟଗୁଣ କଳ୍ପଦ୍ରୁମ]

୩. ବୈଦିକ ମୁହଁ ବନ୍ଦ ହୋଇଥିବା ପାତ୍ରରେ କୌଣସି ଦ୍ରବ୍ୟକୁ ପୂରାଇ ଅଗ୍ନିମୟ ଗର୍ତ୍ତ ମଧ୍ୟରେ ତାହାକୁ ପାକ କରିବା ପ୍ରଣାଳୀ —୩. A mode of roasting a thing in a pit of fire after putting it inside a closed casket.

[ଦ୍ରଷ୍ଟବ୍ୟ —ଏହି କ୍ରିୟାରେ ଧାତୁ ଆଦିର ଭସ୍ମ ଆୟୁର୍ବେଦ ମତରେ ତିଆରି କରାଯାଏ ]

୪. ପୁଟ ପାକଦ୍ୱାରା ସିଦ୍ଧ ଔଷଧ (ହିନ୍ଦୀ - ଶ.) — ୪. Any medicine got after sublimation.
୫. ଜୀର୍ଣ୍ଣକରଣ —୫. Digesting (Apte).