Jump to content

ପୁତ୍ରିକା

ଉଇକିଅଭିଧାନ‌ରୁ

ପୁତ୍ରିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୁତ୍ରକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କନ୍ୟା; ଝିଅ — ୧. Daughter.

ମୋହର ତ ପୁତ୍ରିକା କିଛି ନାହିଁ କୃଷ୍ଣସିଂହ ମହାଭାରତ ସଭା

୨. ଅପୁତ୍ରିକା ପିତାଙ୍କ ଉତ୍ତରାଧିକାରୀ ଜନ୍ନ କରିବା ଉଦ୍ଦେଶ୍ୟରେ ବିବାହରେ ଦତ୍ତ କନ୍ୟା —୨. A daughter appointed by a sonless father to raise a male issue for him and given in marriage with that end in view.

[ ଦ୍ର—ଅପୁତ୍ରକ ପିତା ଆପା କନ୍ୟାର ପୁତ୍ର ଜନ୍ନିଲେ ସେ ଆପଣାର ଉତ୍ତରାଧିକାରୀ ହେବ ବୋଲି ସଂକଳ୍ପ କରି ଯେଉଁ କନ୍ୟାକୁ ବିବାହ ଦେଇ ଥାଆନ୍ତି ତାକୁ ପୁତ୍ରିକା ବୋଲାଯାଏ ଓ ଉକ୍ତରୂପେ ମାତାମହଙ୍କ ସମ୍ପତ୍ତିର ଅଧିକାରୀ ସନ୍ତାନକୁ ପୁତ୍ରିକାପୁ ତ୍ର ବୋଲାଯାଏ—ହିନ୍ଦୁସ୍ମୃତି]

୩. ପିତୁଳା; କଣ୍ଢେଇ —୩. A doll; puppet.
୪. ବାଲ୍ୟକାଳରୁ ପରିବାର ମଧ୍ୟରେ ଲାଳିତାପାଳିତା ଦାସୀ — ୪. A maid servant brought up in a harem from childhood and used as a concubine by the master.
୫. ନିକୁଟି ମହୁମାଛି; ପୁତ୍ତିକା —୫. A small bee.
୬. ଝାଉଁଗଛର କୋମଳ ଲୋମବତ୍ ତନ୍ତୁ —୬. The cotton or down of the Tamarisk (Apte).
୭. ଆଖିର ପିତୁଳା (ହିନ୍ଦୀ - ଶ) — ୭. The pupil of the eye (Apte)
୮. ସ୍ତ୍ରୀଲୋକର ଚିତ୍ର (ହିନ୍ଦୀ - ଶ) — ୮. A picture or photo of a woman.
୯. (ସମାସରେ ଶଦ୍ଦ ପରେ ବ୍ୟବହୃତ, ଯଥା—ଖଡ୍ଗ ପୁତ୍ରିକା, ଅସିପୁତ୍ରିକା)—କୌଣସି ଶ୍ରେଣୀର କ୍ଷୁଦ୍ର ବସ୍ତୁ — ୯. Any thing small or little of its kind (Apte).