Jump to content

ପୁରଞ୍ଜୟ

ଉଇକିଅଭିଧାନ‌ରୁ

ପୁରଞ୍ଜୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁରଂ=ତ୍ରିପୁରାସୁରକୁ+ଜି ଧାତୁ+କର୍ତ୍ତ. ଅ)

[ସମ୍ପାଦନା]
୧. ଶିବ (ତ୍ରିପୁର ନାଶକ) —୧. Ṡiba.
୨. (ପୁରଂ=ନଗରକୁ+ଜି ଧାତୁ+ଅ)ନଗର ବିଜୟୀ ବୀର — ୨. A victor who subjugates or conquers a town.
୩. ସୂର୍ଯ୍ୟବଂଶୀୟ ବିକୁକ୍ଷି ରାଜାଙ୍କ ପୁତ୍ର କାକୁତ୍ସ୍ଥ ରାଜା — ୩. Name of a king of the Solar dynasty.

[ଦ୍ରଷ୍ଟବ୍ୟ —ବିଷ୍ଣୁପୁରାଣରେ ଲେଖାଅଛି ଯେ ଦେବତାମାନେ ଦୈତ୍ୟ— ମାନଙ୍କଦ୍ୱାରା ପରାସ୍ତ ହୋଇ ବିଷ୍ଣୁଙ୍କଠାକୁ ଗଲେ ବିଷ୍ଣୁ ସେମାନଙ୍କୁ ପୁରଞ୍ଜୟ ରାଜାଙ୍କଠାରୁ ଯିବାକୁ କହିଲେ ଓ ପୁରଞ୍ଜୟଙ୍କ ନିଜର କିଛି ତେଜଃ ଅର୍ପଣ କଲେ ପୁରଞ୍ଜୟ ଇନ୍ଦ୍ରଙ୍କୁ ଗୋଟିଏ ବୃକ୍ଷରୂପ ଧାରଣ କରିବାକୁ କହିଲେ ଇନ୍ଦ୍ର ବୃକ୍ଷରୂପ ଧାରଣ କରିବାରୁ ପୁରଞ୍ଜୟ ଇନ୍ଦ୍ରଙ୍କ କକୁଦ (ଚୁଳ)ରେ ବସି ଦୈତ୍ୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଏଥିଯୋଗୁଁ ପୁରଞ୍ଜୟଙ୍କର ଗୋଟିଏ ନାମ କାକୁତ୍ସ୍ଥ ହୋଲା]