ପୁରାଇବା
ଦେଖଣା
ପୁରାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୁରାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ପୃର୍ ଧାତୁ=ପୂର୍ଣ୍ଣ କରିବା; ପୁରିବାର ସକର୍ମକ ରୂପ)
[ସମ୍ପାଦନା]- ୧. ପୂର୍ଣ୍ଣ କରିବା —୧. To fill.
ମୋଦେ ମୋଦେ ହସି ଯିବେ ତୁମ୍ଭେ ଖସି ମୋ ଦେହ ପୂରାଇ କରଜ କ୍ଷତେ କବିସୂର୍ଯ୍ୟ. ସଙ୍ଗୀ
- ୨. ସମ୍ପର୍ଣ୍ଣ କରିବା — ୨. To complete; to bring to complation.
- ୩. ସମାଧା କରିବା —୩. To accomplish.
- ୪. ସବୁଠାରେ ବ୍ୟାପିଲା ପରି କରିବା — ୪. To cases to spread everywhere.
ମହିମାରେ ପୁଗ୍ଇଛନ୍ତି ତିନି ଲୋକ କୃଷ୍ଣସିଂହ ମହାଭାରତ ସଭା
- ୫. ଉର୍ତ୍ତି କରିବା; ଭିତରକୁ ପ୍ରବେଶ କରାଇବା — ୫. To thrust.
- ୬. ପୂରଣ କରିବା; ସଫଳ କରି ରଖିବା —୬. To fulfil.
କପଟରେ ଶକୁନି ସେ କଥା ବିଲୋମ କରିଣ ପୂରାଇବା ସୁଯୋଧନ କାମ କୃଷ୍ଣସିଂହ, ମହାଭାରତ. ବନ
- ୭. (କୌଣସି ସ୍ଥାନରେ) ପ୍ରବିଷ୍ଟ କରାଇବା; କୌଣସ ସ୍ଥାନ ଭିତରକୁ ଛାଡ଼ି ଦେବା —୭. To allow to enter; to admit.
- ୮. ନିଜର ଦେହର ପୂର୍ଣ୍ଣ କରି ରଖିବା —୮. To keep a thing filled up within one's self.
(ଯଥା—ପେଟରେ ସେ କେତେ ବିଦ୍ୟା ପୂରାଇଛି)
- ୯. (କାମନା, ଲାଳସା) ପରିତୃପ୍ତ କରିବା — ୯. To gratify.
ଏହାଜାଣି ଆମେ ତେଜି, ମଜ୍ଜି ପ୍ରେମ ରସେ ପୁରାଅ ସ୍ପୃହା ରାଧାନାଥ. ମହାଯାତ୍ରା
- ୧. ହଳଦି ଆଦିକୁ ଏକ ପୁର ବା ଏକ ଥର ବାଟିବା — ୧୦. To bruise (turmeric etc) once with the pestle.
- ୧୧. ମିଶାଇବା; ଦୋଷ ବା ଅପୂର୍ଣ୍ଣ ସ୍ଥାନକୁ ପୂର୍ଣ୍ଣ କରିବା — ୧୧. To include; to supplement.
ଶୁଦ୍ଧ ଅଶୁଦ୍ଧ ପୂରାଇ କରିବା ଅଭ୍ୟାସ ପ୍ରାଚୀ, ବ୍ରହ୍ମନିରୁପଣ ଗୀତା
- ୧୨. ପୂରିବା କ୍ରିୟାର ଣିଜନ୍ତ ରୂପ — ୧୨. The causative form of Pūribā
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]