Jump to content

ପୁରୁରବା

ଉଇକିଅଭିଧାନ‌ରୁ

ପୁରୁରବା

ଉଚ୍ଚାରଣ

[ସମ୍ପାଦନା]

(ପୁରୋରବା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପୁରୁ+ଋ ଧାତୁ= ଶବ୍ଦ କରିବା, ଫଳ ଦେବା+ ଅସ୍)—ପୁରୁରବସ୍ ଶବ୍ଦ ୧ମା. ୧ବ.)

[ସମ୍ପାଦନା]

ବହୁ ଫଳ—ଦାତା, ବରଦାତା —Granting manifold boons or blessings.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୁବେର —୧. Kubera.
୨. ବୁଧପୁତ୍ର ଚନ୍ଦ୍ରବଂଶୀୟ ରାଜା —୨. A king of the lunar dynasty; the hero of Kāḻidas's play Bikramorbaṡī.

ତାହାକୁ ଦେଖି ଗୁଣ ଧାମ, ଦେଲେ ସେ ପୁରୁରବା ନମ ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଏ ଉର୍ବଶୀ ଅପ୍ସରାଙ୍କ ସଙ୍ଗେ ବହୁକାଳ ସୁଖରେ ବିହାର କରିବା ପରେ ମୁନିଙ୍କ ଶାପରୁ ତାଙ୍କର ପ୍ରିୟାବିଚ୍ଛେଦ ଘଟିଥିଲା ଏ କାଳିଦାଶଙ୍କର 'ବିକ୍ରମୋର୍ବଶୀ' ନାଟକର ପ୍ରଧାନ ବୀର ଚନ୍ଦ୍ରଙ୍କ ଔରସରେ ବୃହସ୍ପତିଙ୍କ ସ୍ତ୍ରୀ ତାରାଙ୍କ ଗର୍ଭରୁ ବୁଧ ଜନ୍ମିଥିଲେ ଓ ବୁଧ ଚନ୍ଦ୍ରବଂଶର ଆଦି ପୁରୁଷ ଥିଲେ ବୁଧଙ୍କର ଇଳାଙ୍କ ସଙ୍ଗେ ବିବାହ ହେଲା ଓ ଇଳାଙ୍କ ଗର୍ଭରୁ ପୁରୁରବା ଜନ୍ମିଲେ ପୁରୁରବା ଅତି ରୂପବାନ, ବୁଦ୍ଧିମାନ୍ ଓ ପରାକ୍ରମୀ ଥିଲେ ଶାପବଶତଃ ଉର୍ବଶୀ ଭୂଲୋକକୁ ଆସିଥିବା ଅବସ୍ଥାରେ ପୁରୁରବା ଉର୍ବଶୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ କହିଲେ ଉର୍ବଶୀ ୩ଟି ସର୍ତ୍ତରେ ତାଙ୍କୁ ବିବାହ କଲେ, ଯଥା—୧ ପୁରୁରବାଙ୍କ ଉର୍ବଶୀ କେବେହେଲେ ନଗ୍ନ ଅବସ୍ଥାରେ ଦେଖିବେ ନାହିଁ,୨ ଉର୍ବଶୀ କାମାଶକ୍ତ ନ ହେଲେ ପୁରୁରବା ତାଙ୍କୁ ସଙ୍ଗମ କରିବେ ନାହିଁ, ୩ ଉର୍ବଶୀଙ୍କ ପଲଙ୍କ ପାଖରେ ସର୍ବଦା ୨ଟି ମେଣ୍ଢା ବନ୍ଧା ରହିବେ ଉର୍ବଶୀଙ୍କ ଶାପ ମୋଚନ ଲାଗି ଜଣେ ଗନ୍ଧର୍ବ ଆସି ରାଜା ଓ ଉର୍ବଶୀ ଶୋଇଥିଲା ବେଳେ ମେଣ୍ଢା ଦୁଇଟିଙ୍କୁ ବଳ ପୂର୍ବକ ନେଇ ଗଲେ ରାଜା ସେହି ସମୟରେ ନଗ୍ନ ଅବସ୍ଥାରେ ଶୋଇଥିଲେ; ଗନ୍ଧର୍ବ ହଠାତ୍ ମେଣ୍ଢା ନେଇ ଜିବାରୁ ରାଜା ଲୁଗା ପିନ୍ଧିବାକୁ ସମୟ ନ ପାଇ ମେଣ୍ଢାକୁ ଉଦ୍ଧାର କରିବାକୁ ଧାଇଁଲେ ଓ ତାଙ୍କ ନଗ୍ନ ଶରୀର ଉର୍ବଶୀଙ୍କ ଦୃଷ୍ଟିଗୋଚର ହେଲା ଓ ଉର୍ବଶୀ ରାଜାଙ୍କୁ ଛାଡ଼ି ସ୍ୱର୍ଗକୁ ଚାଲିଗଲେ ରାଜା ବହୁ ବିଳାପ କରି ଉର୍ବଶୀଙ୍କୁ ଖୋଜିଲେ କିନ୍ତୁ ପାଇଲେ ନାହିଁ ଦିନେ ରାଜା ବୁଲୁ ବୁଲୁ କୁରୁକ୍ଷେତ୍ର ନିକଟରେ ଉର୍ବଶୀକୁ ଦେଖିଲେ ଉର୍ବଶୀ ରାଜାଙ୍କ ଔରସରେ ଗର୍ଭବତୀ ହୋଇଥିବାର ପ୍ରକାଶ କରି ପୁତ୍ରମାନେ ଜନ୍ମ ହେଲେ ପୁତ୍ରମାନଙ୍କୁ ଘେନି ରାଜାଙ୍କ ନିକଟକୁ ଆସି ଏକରାତ୍ରି ମାତ୍ର ତାଙ୍କ ସଙ୍ଗେ ରହିବାର କହି ଚାଲିଗଲେ ଉର୍ବଶୀ କାଳକ୍ରମେ ୭ଟି ପୁତ୍ର ଜନ୍ମ କରି ଏକରାତ୍ରି ମାତ୍ର ରାଜାଙ୍କ ନିକଟକୁ ଆସି ପୁଣି ସ୍ୱର୍ଗକୁ ଚାଲିଗଲେ ଗନ୍ଧର୍ବ ପୁରୁରବାକୁ ଗୋଟିଏ ଅଗ୍ନିପୂର୍ଣ୍ଣ ସ୍ଥାଳୀ ଦେଲେ ସେହି ଅଗ୍ନିରେ ରାଜା ବହୁ ଯଜ୍ଞ କଲେ ପୁରୁରବାଙ୍କ ରାଜଧୀନୀ ଗଙ୍ଗାତଟବର୍ତ୍ତୀ ପ୍ରୟାଗରେ ଥିଲା ଉକ୍ତ ରାଜଧାନୀର ନାମ ପ୍ରତିଷ୍ଠାନପୁର ଥିଲା—ହିନ୍ଦୀ - ଶ. ]

୩. ବିଶ୍ୱଦେବ (ହିନ୍ଦୀ - ଶବ୍ଦସାଗର) — ୩. Biṡwadeba Deity.
୪. ପାର୍ବଣ ଶ୍ରାଦ୍ଧରେ ଅର୍ଚ୍ଚିତ ଦେବବିଶେଷ —୪. Name of a Deity worshipped in the Pābaṇa ṡrāddha.