ପୁଲକ
ଦେଖଣା
ପୁଲକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୁଲ୍ ଧାତୁ+ଭାବ. ଅକ)
[ସମ୍ପାଦନା]- ୧. ରୋମାଞ୍ଚ; ରୋମୋଦ୍ଗମ; ବିଶେଷ ଆନନ୍ଧ ହେତୁ ରୋମ ଟାଙ୍କୁରି ଉଠିବା —୧. Horripilation; the hairs of one's body standing on the ends (through delight or sudden thrill of joy); the bristling of furs of the body symptomatic of extreme delight or thrill.
- ୨. ବିଶେଷ ଆନନ୍ଦ; ହର୍ଷ —୨. Thrill of joy.
- ୩. ମଣିବିଶେଷ —୩. A kind of gem.
[ ଦ୍ର—ଏ ମଣି ଭାରତର କେତେକ ସ୍ଥାନରେ ଖଣିରେ ମିଳେ ରାଜପୁତନାରୁ ମିଳିବା ମଣି ଉତ୍କୃଷ୍ଟ ବିବେଚିତ ହୁଏ ଦାକ୍ଷିଣାତ୍ୟର ବିଶାଖାପଟଣା, ଗୋବରୀ, ତ୍ରିଚିନାପଲ୍ଲୀ ଓ ତିନାବାଲି ଜିଲ୍ଲାମାନଙ୍କରେ ଏହା ମିଳେ ଏହା ଅନେକ ବର୍ଣ୍ଣର ମିଳେ, ଯଥା—ଧଳା, ସାବଜା, ହଳଦିଆ, ନାଲି, କଳା ଓ ଛପଛପକିଆ ଏ ମଣିଦ୍ୱାରା ମାଣିକ ଓ ନୀଳା କଟାଯାଇ ପାରେ—ହିନ୍ଦୀ - ଶ]
- ୪. ଜୀବଙ୍କ ଦେହରେ ଲାଗିବା ପୋକ — ୪. Worms attacking the body of animals.
- ୫. ଗଜାନୁପିଣ୍ଡ; ହାତୀଙ୍କୁ ଖାଇବାକୁ ଦିଆଯିବା କୁଟାରେ ବନ୍ଧା ହୋଇଥିବା ଶସ୍ୟାଦିର ପିଣ୍ଡୁଳା —୫. A rolled ball of grain or sweets with which an elephant is fed.
- ୬. ହରିତାଳ —୬. Yellow orpiment.
- ୭. ପାନପାତ୍ର —୭. Goblet; drinking cup; wine glass.
- ୮. ଗନ୍ଧର୍ବବିଶେଷ —୮. Name of a heavenly chorister or musician.
- ୯. କବାଟ ପଟାରେ ମରାଯିବା ଛତିବାଲା କଣ୍ଟା — ୯. Iron knobs struck on a door leaf.
- ୧. କଙ୍କୁଷ୍ଠ; ପାର୍ବତୀୟ ମୃତ୍ତିକାବିଶେଷ (ଧଲା ବା ହଳଦିଆ ରଙ୍ଗର) —୧୦. Name of a mountainous soil of silvery or golden colour.
- ୧୧. ରତ୍ନର ଦୋଷବିଶେଷ (ହିନ୍ଦୀ - ଶ) — ୧୧. A particular defect in gems.
- ୧୨. ମଦ୍ୟପାନବିଶେଷ (ହିନ୍ଦୀ - ଶ) — ୧୨. A kind of wine cup.
- ୧୩. ଏକପ୍ରକାର ଗେରୁ (ହିନ୍ଦୀ - ଶ.) — ୧୩. A kind of red chalk.
- ୧୪. ଏକପ୍ରକାର ସୋରିଷ (ହିନ୍ଦୀ - ଶ) — ୧୪. A kind of mustard (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମୂହ —Multitude.
ବାମ ଲୋଚନ ସ୍ଫୁରିତା କାମ ମୋଚନ ବିଧାତା ପାଞ୍ଚୁ ପୁଲକ ପଲକ କପୋଳେ ଦିଶି ଭଞ୍ଜ. ବୈଦେହିଶବିଳାସ
ବିଶେଷଣ -
[ସମ୍ପାଦନା]ପୁଲକିତ (ଦେଖ) - —Pulakita (See)
ପୁଲକ ହୋନ୍ତି ବୃକ୍ଷ ପନ୍ତି ସ୍ୱର୍ଗେ ଦେବତା କଲେ ସ୍ତୁତି ଜଗନ୍ନାଥ. ଭାଗବତ