ପୁଷ୍କର
ପୁଷ୍କର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୁଷ୍ ଧାତୁ+ସଂଜ୍ଞାର୍ଥେ କର)
[ସମ୍ପାଦନା]- ୧. ଆକାଶ; ବ୍ୟୋମ; ଶୂନ୍ୟ — ୧. The sky; heaven; atmosphere; the air.
- ୨. ଜଳ —୨. Water.
- ୩. ପଦ୍ମ —୩. Lotus.
- ୪. ପଦ୍ମ କୋଷ —୪. The cupola or the inner disk of the lotus flower; the pistil of the lotus (like an inverted cone).
[ଦ୍ରଷ୍ଟବ୍ୟ —ଏହା ଫାଳିକିଆ ଗିନା ବା କୁଣ୍ଡ ପରି, ଏହା ମଧ୍ୟରେ ପଦ୍ମମଞ୍ଜି ଥାଏ ଓ ଏହାକୁ କେଶରମାନ ବେଢ଼ିଥାଏ ]
- ୫. ହସ୍ତୀ ଶୁଣ୍ଡାଗ୍ର; ହାତୀ ଶୁଣ୍ଢର ଅଗ — ୫. The tip of the elephant's trunk.
- ୬. ମୃଦାଙ୍ଗଦି ବାଦ୍ୟ ଭାଣ୍ଡର ମୁଖ (ଯହିଁ ଉପରେ ଚମଡ଼ା ମଡ଼ାଯାଏ) —୬. The head of a drum.
- ୭. ପୁଷ୍କର ତୀର୍ଥ (ଦେଖ) - —୭. Pushkara tīrtha (See)
ପୁଷ୍କର ଜଳେ ସ୍ନାନ କଲେ ଯେଉଁ ଫଳ ସେହି ଜଳରଟି ହୁଅଇ ସେହି ଫଳ କୃଷ୍ଣସିଂହ. ମହାଭାରତ,ଆଦି
- ୮. ଚାରି ପ୍ରକାର ମେଘ ମଧ୍ୟରୁ ଏକପ୍ରକାର ମେଘ — ୮. Name of a cloud.
[ଦ୍ରଷ୍ଟବ୍ୟ —ହିନ୍ଦୁ ଜ୍ୟୋତିଷ ଗଣନାକ୍ରମେ ଯେଉଁ ବର୍ଷ ପୁଷ୍କର ମେଘ ପଥିବୀରେ ଆବିର୍ଭିତ ହୁଏ ସେ ବର୍ଷ ଶସ୍ୟହାନି; ଦୁର୍ଭିକ୍ଷ ଓ ଅନାବୃଷ୍ଟି ହୁଏ ଏହାକୁ 'ବାଇଗଣକୋଡ଼ା'ବାଟ'ମଳାମଳା' ମେଘ କହନ୍ତି ଏ ମେଘ ଉଠାଇଲେ ନିକଟରେ ବେଶି ବର୍ଷା ହେବାର ସମ୍ଭାବନା ନ ଥାଏ ଓ ଏହା ଦୁର୍ଭିକ୍ଷର ସୂଚନା କରେ ଏଥିର ଡାକ ବଚନ ଅଛି—ଦିନକୁ ମଳାମଳା; ରାତିକି ନିର୍ମଳା, ଡାକ— ବୋଲେ ପୁତାରେ ରାଜ୍ୟ ଛାଡ଼ି ପଳା ]
- ୯. କାଣ୍ଡ; ଶର —୯. Arrow.
- ୧. ପୃଥିବୀର ପୌରାଣିକ ସପ୍ତଦୀପ ମଧ୍ୟରୁ ଗୋଟିଏ ଦ୍ୱୀପ — ୧୦. One of the ୭ mythological islands froming the unverse.
[ଦ୍ରଷ୍ଟବ୍ୟ —ଏ ଦଧି ସମୁଦ୍ରର ଆଗରେ ଅବସ୍ଥିତଓ ଏହାର ବିସ୍ତାର ଶାକଦ୍ୱୀପର ଦ୍ୱିଗୁଣ ଥିବାର କଥିତ (ହିନ୍ଦୀ - ଶ)
- ୧୧. ପୁଷ୍କର ଦ୍ୱୀପସ୍ଥ ପପର୍ବତବିଶୋଳଲ —୧୧. One of a mythological mountain in the island of Pushkara.
- ୧୨. ବରୁଣଙ୍କ ପୁତ୍ର —୧୨. Name of the son of the ocean God.
[ଦ୍ରଷ୍ଟବ୍ୟ —ଏ ପୁଷ୍ପର ଦ୍ୱୀପରେ ବାସ କରୁଥିଲେ—ହିନ୍ଦୀ - ଶ ]
- ୧୩. ନଳରାଜାଙ୍କ ଭ୍ରାତା — ୧୩. Name of the brother of king Naḻa
[ଦ୍ରଷ୍ଟବ୍ୟ —ଏ ନଳରାଜାଙ୍କୁ ପଶାଖେଳରେ ଦ୍ୱରାଇ ନଳଙ୍କଠାରୁ ନିଷିଧ ରାଜ୍ୟ ନେଇଥିଲେ, ପରେ ନଳ ଋତୁପୂର୍ଣ୍ଣଙ୍କଠାରୁ ପଶାଖେଳ ଶିଖି ଏହାଙ୍କୁ ହରାଇ ଏହାଙ୍କଠାରୁ ନିଜରାଜ୍ୟ ଉଦ୍ଧାର କଲେ ]
- ୧୪. ଖଣ୍ଡାର ପତ୍ର; ଖଡ୍ଗଫଳକ —୧୪. Sword blade.
- ୧୫. ଖଡ୍ଗକୋଷ; ଖଣ୍ଡାର ଖାମ — ୧୫. The sheath of a sword.
- ୧୬. ଯୁଦ୍ଧ; ସଂଗ୍ରାମ —୧୬. War; battle; fighting.
- ୧୭. କୁଷ୍ଠରୋଗବିଶେଷ —୧୭. A kind of leprosy.
- ୧୮. କୁଷ୍ଠନାମକ ଔଷଧି; କୁଢ଼ ନାମକ ଔଷଧ — ୧୮. A medicinal herb; (Costus Speciosus).
- ୧୯. ନୃତ୍ୟ ଶାସ୍ତ୍ର; ନୃତ୍ୟ କଳା — ୧୯. The science or art of dancing.
- ୨. ଅଂଶ; ଭାଗ —୨୦. Part.
- ୨୧. ମତ୍ତତା; ନିଶା —୨୧. Intoxication.
- ୨୨. ସଂଯୋଗ; ମିଳନ —୨୨. Union; conjunction.
- ୨୩. ନାଗବିଶେଷ; ପଦ୍ମ ନାଗ — ୨୩. A reddish cobra.
- ୨୪. ହ୍ରଦ; ପୋଖରୀ —୨୪. Lake; tank; pond.
- ୨୫. ମୁର୍ଦ୍ଦାର; ମଢ଼ —୨୫. Dead body (Howells).
- ୨୬. ସାରସ ପକ୍ଷୀ —୨୬. Indian crane.
- ୨୭. ନୀଳ ପଦ୍ମ —୨୭. Blue lotus flower (Howells).
- ୨୮. ଏକପ୍ରକାର ଢୋଲ —୨୮. A kind of drum.
- ୨୯. (ଜ୍ୟୋତିଷ) ପୁଷ୍କର ଦୋଷ (ଦେଖ) - ୨୯. (Astrology) Pushkara dosha (See)
- ୩. (ଜ୍ୟୋତିଷ) ଯୋଗବିଶେଷ — ୩୦. (Astrology) An auspicious astrological conjunction.
[ଦ୍ରଷ୍ଟବ୍ୟ —ଏଥିରେ ଗଙ୍ଗା, ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀ— ମାନଙ୍କରେ ସ୍ନାନଯୋଗ ପଡ଼େ ରବି ଓ ବୃହସ୍ପତି ମକର ରାଶିରେ ଥିବା ସମୟରେ ରବିବାର ଦିନ ପୂର୍ଣ୍ଣିମା ପଡ଼ିଲେ ଗଙ୍ଗାରେ ପୁଷ୍କର ଯୋଗ, ସିଂହ ରାଶିରେ ଥାଇ ରବି ଯଦି ରାହୁସଂଯୁକ୍ତ ହୁଅନ୍ତି ଓ ଗୁରୁବାରରେ ପୂର୍ଣ୍ଣିମା ହେଲେ ଗୋଦାବରୀରେ ପୁଷ୍କର, ରବି ମେଷ ରାଶିରେ ବୃହସ୍ପତିଙ୍କ ସଙ୍ଗେ ସଂଯୁକ୍ତ ହେଲେ ଓ ସୋମବାର ଦିନ ଶୁକ୍ଳାଷ୍ଟମୀ ହେଲେ କାବେରୀରେ ପୁଷ୍ପର, ରବି କକଡା ରାଶିରେ ରାହୁ ସହିତ ମିଳିତ ହେଲେ ଯଦି ସୋମବାର ଦିନ ପୂର୍ଣ୍ଣିମା ବା ଅମାବାସ୍ୟା ହୁଏ ତେବେ କୃଷ୍ଣାରେ ପୁଷ୍କର ଯୋଗ ପଡ଼େ ]
- ୩୧. ସୂର୍ଯ୍ୟ (ହିନ୍ଦୀ - ଶ) —୩୧. The sun.
- ୩୨. ପିଞ୍ଜରା; ପଞ୍ଜୁରୀ (ହିନ୍ଦୀ - ଶ) —୩୨. Bird's cage.
- ୩୩. ପୁଷ୍କର ମୂଳ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩୩. Pushkara mūḻa (See)
- ୩୪. ବିଗ୍ଗଜବିଶେଷ (ହିନ୍ଦୀ - ଶ) ୩୪. Name of the mythological elephant guarding the quarters of globe.
- ୩୫. ବିଷ୍ଣୁଙ୍କତର ଏକ ନାମ —୨୫. A name of Bishṇu.
[ଦ୍ରଷ୍ଟବ୍ୟ —ପ୍ରଳୟ ପରେ ବିଷ୍ଣୁଙ୍କ ନାଭିରୁ ଯେଉଁ ପଦ୍ମ ବାହାରିଥିଲା ଓ ଯେଉଁ ପଦ୍ମରୁ ବ୍ରହ୍ମା ଜନ୍ମିଥିଲେ ତାହା ବିଷ୍ଣୁଙ୍କର ଗୋଟିଏ ଅଙ୍ଗ ଥିବାର ହରିବଂଶରେ ଅଛି—ହିନ୍ଦୀ - ଶ]
- ୩୬. ଶିବ (ହିନ୍ଦୀ - ଶ) —୩୬. Ṡiba.
- ୩୭. (ନାମ) କୃଷ୍ଣଙ୍କର ଏକପୁତ୍ର (ହିନ୍ଦୀ - ଶ) — ୩୭. Name of a son of Kṛushṇa.
- ୩୮. (ନାମ) ଭରତଙ୍କର ଏକ ପୁତ୍ର (ହିନ୍ଦୀ - ଶ) — ୩୮. Name of a son of king Bharata.
- ୩୯. (ନାମ) ଅସୁରବିଶେଷ (ହିନ୍ଦୀ - ଶ) — ୩୯. Name of a demon.
- ୪. କରଚୁଲିର କଟରା (ହିନ୍ଦୀ - ଶବ୍ଦସାଗର) —୪୦. The cupshaped part of a spoon or ladle.
୪୧: ସର୍ପ (ହିନ୍ଦୀ - ଶ) —୪୧. Serpent.
୪୨: ପଦ୍ମକନ୍ଦ (ହିନ୍ଦୀ - ଶବ୍ଦସାଗର) — ୪୨. The root of the lotus plant.
୪୩: ବୁଦ୍ଧଙ୍କର ଏକ ନାମ (ହିନ୍ଦୀ - ଶବ୍ଦସାଗର) — ୪୩. A name of the Buddha.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଦ୍ମବୀଜ; ପଦ୍ମଫୁଲ ମଧ୍ୟରେ ଥିବା କୋଷ ମଧ୍ୟରେ ଯେଉଁ ମଞ୍ଜି ଥାଏ —୧. The seeds found inside the inner disk of a lotus.
[ଦ୍ରଷ୍ଟବ୍ୟ —ପଦ୍ମଫୁଲ ଶୁଖିଗଲେ ପାଖୁଡ଼ାଯାକ ଝଡ଼ିବା ପରେ ସେ କୋଷଟି ରହେ ଓ ତହିଁ ମଧ୍ୟସ୍ଥ ମଞ୍ଜିଗୁଡ଼ିକ ପକ୍ୱତା ଲାଭ କରି ଟାଣୁଆ ଓ କୃଷ୍ଣବର୍ଣ୍ଣ ହୁଏ ତାକୁ ଫୋଡ଼ି ଲୋକେ ଜପାମାଳା କରନ୍ତି ]
- ୨. ସାତଗାତି ଖେଳ (ଦେଖ) - — ୨. Sātagāti kheḻa (See)