Jump to content

ପୁଷ୍କର ତୀର୍ଥ

ଉଇକିଅଭିଧାନ‌ରୁ

ପୁଷ୍କର ତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁ ତୀର୍ଥବିଶେଷ; ହ୍ରଦବିଶେଷ — A place of pilgrimage of the Hindus near Ajmere; a lake

[ଦ୍ରଷ୍ଟବ୍ୟ —ଏହି କ୍ଷୁଦ୍ର ହ୍ରଦ ଅଜମିରଠାରୁ ୭ଲ ମାଇଲ ଦୂରରେ ବାଲୁକାସ୍ତୁପ ବେଷ୍ଟିତ ଉପତ୍ୟକା ମଧ୍ୟରେ ଅବସ୍ଥିତ ହ୍ରଦଟି ବୃତ୍ତାଭାସ ଆକୃତିବିଶିଷ୍ଟ ଏହାର ଚାରି ପାଖରେ ଦେବମନ୍ଦିର ଓ ସମାଧିମନ୍ଦିରମାନ ଅଛି ଏଠାରେ ବ୍ରହ୍ମାଙ୍କ ମନ୍ଦିର ଅଛି ଓ ବ୍ରହ୍ମାଙ୍କ ମୂର୍ତ୍ତି ପୂଜିତ ହୁଅନ୍ତି ଏହାର ସ୍ଥାନୀୟ ଡ଼ାକ ନାମ ପୋକର୍ କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାବିଧି ହିନ୍ଦୁ ଯାତ୍ରୀ ଏଠାରେ ସ୍ନାନ କରନ୍ତି ବ୍ରହ୍ମା ଏଠାରେ ସାବିତ୍ରୀଙ୍କ ଅନୁପସ୍ଥିତରେ ଅନ୍ୟ ଗୋଟିଏ ସ୍ତ୍ରୀକୁ ସାବିତ୍ରୀ କଳ୍ପନା କରି ତାଙ୍କୁ ସାବିତ୍ରୀଙ୍କ ପ୍ରତିନିଧି କରି ଯଜ୍ଞ କରି ଥିଲେ ଏଠାରେ ବ୍ରହ୍ମାଙ୍କ ମୂର୍ତ୍ତି ଓ ମନ୍ଦିର ଅଛି କଥିତ ଅଛି ଯେ, ଭାରତବର୍ଷରେ କେବଳ ଏହିଠାରେହିଁ ବ୍ରହ୍ମାଙ୍କର ମୂର୍ତ୍ତି ପୂଜା ହେଉଛନ୍ତି ଏଠାରେ ମଧ୍ୟ ସାବିତ୍ରୀ, ବଦରୀନାରାୟଣ ଓ ବରାହଜୀଙ୍କ ମନ୍ଦିର ଅଛି ଏହି ସମୟରେ ଏଠାରେ ଏକ ସପ୍ତାହବ୍ୟାପି ବଡ଼ ମେଳା ହୁଏ ଗୋରୁ, ଘୋଡ଼ା ଓ ଓଟ ବିକ୍ରି ହୁଏ ବର୍ଷେ ବର୍ଷେ ହଜାର ହଜାର ଓଟ ମେଳାରେ ବିକ୍ରି ହୁଅନ୍ତି କବିବର ରାଧାନାଥ କହିଛନ୍ତ ===

"ସୁରୁପା ଅଂଶୁପା ଲୋକେ ଅଗୋଚର ପୂଜାସ୍ପଦ ହେଲା ଗୋଷ୍ପଦ ପୁଷ୍କର"

ପଦ୍ମପୁରାଣରେ ଲେଖା ଅଛି ଯେ ଏହିଠାରେ ଯଜ୍ଞ କରିବା ପୂର୍ବରୁ ବ୍ରହ୍ମାଙ୍କ ହାତରୁ ଗୋଟିଏ ପଦ୍ମ ଭୂମିରେ ଖସି ପଡ଼ିଥିଲା ଓ ଏହି ପଦ୍ମ ପଡ଼ିବାରୁ ରସାତଳରେ ତପସ୍ୟା କରୁଥିବା ଦେବଦ୍ରୋହୀ ବଜ୍ରନାଭ ନାମକ ଅସୁରର ମୃତ୍ୟୁ ଘଟିଲା ବ୍ରହ୍ମାଙ୍କ ହାତରେ ପୁଷ୍କର (ପଦ୍ମ) ଏଠାରେ ଖସି ପଡ଼ିବାରୁ ଏ ତୀର୍ଥର ନାମ ପୁଷ୍କର ହେଲା ହିନ୍ଦୀ - ଶ.]