Jump to content

ପୁଷ୍କର ଦୋଷ

ଉଇକିଅଭିଧାନ‌ରୁ

ପୁଷ୍କର ଦୋଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ଜ୍ୟୋତିଷୋକ୍ତ ଛଅଟି ନକ୍ଷତ୍ର ୩ଟି ବାର ଓ ୩ଟି ତିଥିରେ ମୃତ୍ୟୁ ଘଟିବା ଜନିତ ଅମଙ୍ଗଳ —(astrology) Certain inauspicious period in which a person's death forebodes disaster to his family.

[ଦ୍ରଷ୍ଟବ୍ୟ —ପୁନର୍ବସୁ, ଉତ୍ତରାଷାଢ଼ା, କୃତ୍ତିକା, ଉତ୍ତରାଫାଲ୍ଗୁନୀ ପୂର୍ବ— ଭାଦ୍ରପଦ ଓ ବିଶାଖା ଏହି ଛଅଟି ନକ୍ଷତ୍ର; ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ ଏହି ତିନି ଗୋଟି ତିଥି; ରବି; ମଙ୍ଗଳ ଓ ଶନି ଏହି ତିନି ଗୋଟି ବାରରେ ମନୁଷ୍ୟର ମୃତ୍ୟୁ ହେଲେ ପୁଷ୍କରଦୋଷ ଲାଗେ


ଏହି ତିନି ଗୋଟି ଦୋଷ ମଧ୍ୟରୁ ଯେତେ ଗୋଟି ଦୋଷ ଲାଗେ ତାକୁ ସେତେ ପାଦ (୧,୨: ବା୩) ପାଦ ଦୋଷ ଲାଗିବାର କହନ୍ତି

ବାରଦୋଷରେ କୃଷିନାଶ, ତିଥି ଦୋଷରେ ଗୋଧନ ନାଶ, ନକ୍ଷତ୍ରରେ ବଂଶନାଶ ଓ ତ୍ରିଦୋଷରେ ସମ୍ପଦନାଶ ଘଟେ ଶାସ୍ତ୍ରରେ ବାରଦୋଷ ପାଇଁ ଭୂମିଦାନ, ତିଥିଦୋଷ ଶାନ୍ତି ପାଇଁ ଅନ୍ନଦାନ, ନକ୍ଷତ୍ରଦୋଷ ଶାନ୍ତି ପାଇଁ ରତିଳକାଞ୍ଚନ ଦାନର ବ୍ୟବସ୍ଥା ଅଛି]