ପୂରିବା
ଦେଖଣା
ପୂରିବା
ଉଚ୍ଚାରଣ
[ସମ୍ପାଦନା][ପୂରା(ରେ)ଇବା—ଣିଜନ୍ତ]
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି (ପୂର ଧାତୁ=ପୂର୍ଣ୍ଣ କରିବା)
- ୧. ପୂରା ପଟିବା, ପୂର୍ଣ୍ଣ ହେବା —୧. To become full; to be filled.
- ୨. (ମନୋବା଼ଞ୍ଛା) ଫଳବତୀ ହେବା; ସିଦ୍ଧ ହେବା; ସଫଳ ହେବା — ୨. (a desire) To bear fruit; to be fulfilled.
ତୋହରି ପ୍ରସାଦେ ସକଳ କାମନା ଯାଉଅଛି ମାଗୋ ପୁରି— ମଧୁସୁଦନ. ଛାନ୍ଦମାଳା
- ୩. ସମ୍ପୂର୍ଣ୍ଣ ହେବା; ସମାପ୍ତ ହେବା — ୩. To be completed; to be finished.
- ୪. (ସମୟର ମିଆଦ) ଅତିକ୍ରାନ୍ତ ହେବା; କାଳ ଶେଷ ହେବା — ୪. (time limit) To expire or pass.
ଆଶା ଲୁବୁଧରେ ପୂରିଲା କାଳ ଷଣ୍ଢ ପଛେ ଧାଇ ମରା ଶିଆଳ— ଢଗ
- ୫. ବ୍ୟାପିବା; ବ୍ୟାପ୍ତ ହେବା —୫. To spread over; to pervade; to be immanent.
ତ୍ରିପୁରେ ପୁରି ତୁମ୍ଭ ଯଶ—ଭୁପତି. ପ୍ରେମପଞ୍ଚାମୃତ
- ୬. ସମାହିତ ହେବା —୬. To be accomplished.
- ୭. ଅଣ୍ଟିବା; ଯଥେଷ୍ଟ ହେବା — ୭. To Suffice; to be sufficient.
- ୮. ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ସମୟରେ ଦଶଜଣଙ୍କ ସଙ୍ଗେ ଯୋଗ ଦେବା —୮. To join with others in a specified matter in a specified time.
(ଯଥା—ଗ୍ରାମ ଭେଦାର ଅମ୍ୱୁଜ ଲୋକ ପୂରି ପାରିଲା ନାହିଁ)
- ୯. (ଲକ୍ଷଣାର୍ଥ) ସନ୍ତୁଷ୍ଟ ହେବା — ୯ (figurative) To be satisfied or satiated.
(ଯଥା—ତା ରୂପ ଦେଖି ମୋ ପେଟ ପୁରିଗଲା)
- ୧. ଦେହଯାକ ବ୍ୟାପିବା — ୧୦. To spread or appear throughout the body.
ଗାତ୍ର ଗୋଟିଯାକ ପୂରିଲା ପୁଲକ— କବିସୂର୍ଯ୍ୟ କିଶୋରୀ ଚମ୍ପୁ ଗ. ଗୀତ
- ୧୧. ପଶିବା; ପ୍ରବେଶ କରିବା — ୧୧. To enter; to be thrust.
ଶୁଣି କମ୍ପିଲେ ଦିଗପାଳେ ପୂରିଲା ତୁମି ଅନ୍ତରାଳେ ଜଗନ୍ନାଥ. ଭାଗବତ
- ୧୨. (ଗର୍ବରେ) ଉତ୍ଫୁଲ୍ଲ୍ ହେବା —୧୨. To be bloated or puffed up with (pride).
ପୂରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପୂର୍ବୀୟ)
[ସମ୍ପାଦନା]ପୂର୍ବଦିଗ ସମ୍ୱନ୍ଧୀୟ — Eastern.