Jump to content

ପୂର୍ଣ୍ଣମିତ୍ରାକ୍ଷର

ଉଇକିଅଭିଧାନ‌ରୁ

ପୂର୍ଣ୍ଣମିତ୍ରାକ୍ଷର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପଦ୍ୟରୁ ପ୍ରଥମ ପାଦର ଅନ୍ତ୍ୟବର୍ଣ୍ଣ ଓ ଉପାନ୍ତ ସ୍ୱର ସହିତ ପରବର୍ତ୍ତୀ ପାଦର


ଅନ୍ତ୍ୟ ବର୍ଣ୍ଣ ଓ ଉପାନ୍ତ ସ୍ୱରର ମିଳନ ଥାଏ — A poetical composition in which the ultimate letter and the penultimate vowel of the lines tally with each other.

(ଉଦାହରଣ ଯଥା—ଏକାଳେ ରବିଙ୍କ ନେଲା ତ୍ରିଯାମା ଆକର୍ଷି, ଅରୁନ୍ଧତୀ ସହ ଶୋଭା ଦିଶିଲେ ସପ୍ତର୍ଷି)

[ଦ୍ରଷ୍ଟବ୍ୟ —ଓଡ଼ିଆର ପ୍ରାଚୀନ କବିମାନେ ପୂର୍ଣ୍ଣିମିତ୍ରାରକ୍ଷରରେ ପଦ୍ୟ ରଚନା ନ କରି ଅପୂର୍ଣ୍ଣମିତ୍ରାକ୍ଷରରେ ପଦ୍ୟ ରଚନା କରୁଥିଲେ ଇଂରାଜୀ, ବଙ୍ଗଳା ଓ ହିନ୍ଧିରେ ଶବ୍ଦର ଶେଷ ବର୍ଣ୍ଣ ହଳନ୍ତରୂପେ (ଯଥା, ପାନ ସ୍ଥଳରେ ପାନ) ଉଚ୍ଚାରିତ ହେତୁ ଥିବାରୁ ଉତ୍ତତ୍ ଭାଷାରେ ପଦ୍ୟମାନଙ୍କରେ ପୂର୍ଣ୍ଣମିତ୍ରାକ୍ଷର ନ ହେଲେ ରଚନା କର୍ଣ୍ଣକଟୁ ହୁଏ ଏଥିପାଇଁ ବଙ୍ଗଳାରେ ଓ ହିନ୍ଦିରେ ପ୍ରଥମ ପାଦର ପାନ୍କୁ ମିଳାଇବା ପାଇଁ ୨ୟ ପାଦରେ 'କାନ' ଶବ୍ଦ ରଚନା କରିବାକୁ ପଡ଼େ କିନ୍ତୁ ଓଡ଼ିଆରେ ଶେଷ ବର୍ଣ୍ଣର ଉଚ୍ଚାରଣ ହଳନ୍ତ ହେଉ ନ ଥିବାରୁ ପ୍ରଥମ ଧାଡ଼ିର କେବଳ ଶେଷ ବର୍ଣ୍ଣ ସଙ୍ଗେ ୨ୟ ଧାଡ଼ିର କେବଳ ଶେଷ ବର୍ଣ୍ଣ ମିଳିଲେ କର୍ଣ୍ଣକଟୁ ହୁଏ ନାହିଁ ଆଧୁନିକ ଓଡ଼ିଆ କବିମାନେ (ରାଧାମାନଙ୍କ ଯୁଗରୁ ଆରମ୍ଭ କରି) ଓଡ଼ିଆରେ ଅପୂର୍ଣ୍ଣ ମିତ୍ରାକ୍ଷର ପରିବର୍ତ୍ତେ ପୂର୍ଣ୍ଣ ମିତ୍ରାକ୍ଷର ଚଳାଇ ଥିବାରୁ ଦେଖାଯାଏ ଓଡ଼ିଆରେ ପ୍ରାୟ ସମସ୍ତ ପ୍ରାଚୀନ କାବ୍ୟ ଓ କବିତା ଅପୂର୍ଣ୍ଣ ମିତ୍ରାକ୍ଷରରେ ରଚିତ]