Jump to content

ପୂର୍ଣ୍ଣାୟୁଃ

ଉଇକିଅଭିଧାନ‌ରୁ

ପୂର୍ଣ୍ଣାୟୁଃ

ଉଚ୍ଚାରଣ

[ସମ୍ପାଦନା]

(ପୂର୍ଣ୍ଣାୟୁ—ଦେଶଜରୂପ)

ସଂସ୍କୃତ - ବି—(କର୍ମଧା; ପୂର୍ଣ୍ଣ+ଆୟୁଃ)

[ସମ୍ପାଦନା]
୧. (କଳି ଯୁଗରେ) ଅଷ୍ଟୋତ୍ତରଶତବର୍ଷ ଜୀବିତ କାଳ ବା ପରମାୟୁ — ୧. Full longevity of ୧୦୮ years in the Kāḻi age.
୨. (ବହୁବ୍ରୀହି)—ଶତାୟୁଃ ବ୍ୟକ୍ତି — ୨. A man living for ୧୦୦ years.

[ଦ୍ରଷ୍ଟବ୍ୟ —ସତ୍ୟଯୁଗରେ ମନୁଷ୍ୟମାନଙ୍କର ପରମାୟୁ ଏକ ଲକ୍ଷ ବର୍ଷ କ୍ରେତାରେ ଦଶହଜାର ବର୍ଷ, ଦ୍ୱାପରରେ ଏକ ହଜାର ବର୍ଷ ଓ କଳି ଯୁଗରେ ୧୨: , ମତାନ୍ତରରେ ୧୮: , ମତାନ୍ତରରେ ୧ ବର୍ଷ ସାଧାରଣତଃ କଳିଯୁଗରେ ମନୁଷ୍ୟଙ୍କ ପରମାୟୁ 'କଳି ଷଠା' ୬ ଠାରୁ ୮ ବର୍ଷ ପର୍ଯ୍ୟନ୍ତ ଥିବାର ଲୋକ କହି ଥାଆନ୍ତି ଉପନିଷଦରେ ଅଛି 'ଜିଜୀବିଷେତ୍ ଶତଃ ସମାଃ' ଅର୍ଥାତ୍ ଲୋକେ ଶହେ ବର୍ଷ ବଞ୍ଚିବାକୁ ଇଚ୍ଛା କରିବେ ଦ୍ୱିଜାତିଙ୍କ ସନ୍ଧ୍ୟାରେ 'ଓ' ଜୀବେମଃ ଶରଦଶତଂ ଶ୍ରୁଣୁୟାମଃ ଶରଦଶତଂ' (ଅର୍ଥାତ୍ ଆମ୍ଭେମାନେ ଶହେଟି ଶରତ୍କାଳ ଭୋଗ କରିବାକୁ ବଞ୍ଚିବା) ବୋଲି ସ୍ତବ ଅଛି]

ବିଶେଷଣ -(ବହୁବ୍ରୀହି)

[ସମ୍ପାଦନା]
୧. ଶତାୟୁସ୍କ; ଶତବର୍ଷଜୀବୀ — ୧. Living for a hundred years.
୨. ଅଷ୍ଟୋତ୍ତରଶତ ବର୍ଷ ଜୀବୀ — ୨. Living for ୧୦୮ years.