Jump to content

ପୂର୍ବ ରାଗ

ଉଇକିଅଭିଧାନ‌ରୁ

ପୂର୍ବ ରାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପୂର୍ବ=ପ୍ରଥମ+ରାଗ=ଅନୁରାଗ)

[ସମ୍ପାଦନା]

ପରସ୍ପରଙ୍କ ବିଷୟ ଶ୍ରବଣ ବା ପରସ୍ପର ଦର୍ଶନାଦିଦ୍ୱାରା ନାୟକ ନାୟିକାଙ୍କମନରେ ସଂଜାତ ପ୍ରଥମ ପ୍ରଣୟ; ପ୍ରଣୟାଙ୍କୁର — Incipient love; the first seeds of attachment between the would-be lovers; love at first sight or hearing.

[ଦ୍ରଷ୍ଟବ୍ୟ —କେହି କେହି କହନ୍ତି ଯେ ପୂର୍ବରାଗ କେବଳ ନାୟିକାଙ୍କ—ଠାରେ ଜାତ ହୁଏ ଏଥିରେ ନାୟକଙ୍କ ସଙ୍ଗେ ମିଳିତ ହେବାର ଅଭିଳାଷ, ନାୟକ ସମ୍ୱନ୍ଧୀୟ ଚିନ୍ତା, ନାୟକ ବିଷୟ ସ୍ମରଣ, ସଖୀ— ମାନଙ୍କ ନିକଟରେ ନାୟକ ବିଷୟରେ ଚର୍ଚ୍ଚା, ନାୟକ ସଙ୍ଗେ ମିଳିତ ହେବା ପାଇଁ ଉଦ୍ୱିଗ୍ନତା, ପ୍ରଳାପ, ଉନ୍ମାଦ, ରୋଗ, ମୂର୍ଚ୍ଛା ଓ ମୃତ୍ୟୁ ଏପରି ଦଶଟି ଅବସ୍ଥା ନାୟିକାର ଘଟେ ନାୟକଙ୍କ ସଙ୍ଗେ ମିଳିତ ନ ହେବା ପର୍ଯ୍ୟନ୍ତ ନାୟିକାର ପୂର୍ବରାଗ ହୁଏ ମିଳିତ ହେବା ପରେ ଉଭୟଙ୍କ ମନରେ ଜାତ ହେବା ଭାବକୁ ପ୍ରେମ ବା ପ୍ରୀତି ବୋଲାଯାଏ—ହିନ୍ଦୀ - ଶବ୍ଦସାଗର]


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଅନ୍ୟଠାରୁ) ପୂର୍ବରୁ ଥିବା କ୍ରୋଧ; ଅଦଉତି —Melice; grudge; spite.

ସେ ତ ହୋଇଅଛି ରଣ ଦାଣ୍ଡରେ ଆଗ ସାରିବ କି ଭୀଷ୍ମ ଉପରେ ପୂର୍ବରାଗ—କୃଷ୍ଣସିଂହ. ମହାଭାରତ. ଭୀଷ୍ମ