ପୃଥକ୍ ପିଣ୍ଡ
ଦେଖଣା
ପୃଥକ୍ ପିଣ୍ଡ
ଉଚ୍ଚାରଣ
[ସମ୍ପାଦନା](ପୃଥକ୍ ପିଣ୍ଡା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ—(ବହୁବ୍ରିହୀ; ପୃଥକ୍+ପିଣ୍ଡ)
[ସମ୍ପାଦନା]ଅସପିଣ୍ଡ; ଯେଉଁ ବ୍ୟକ୍ତିଙ୍କୁ ପିଣ୍ଡ ଦିଆ ଯାଇପାରିବ ନାହିଁ; ଯେଉଁ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କ ମୃତକାଶୌଚ ପାଳିବାକୁ ହୁଏ ନାହିଁ —Distant agnate and cognate relation not connected by oblations of rice cakes with a person.
{ଦ୍ର—ପିତୃକୂଳରେ୩ ପୁରୁଷ ଓ ମାତୃ କୁଳର ୩ ପୁରୁଷ [(ସଗୋତ୍ର) ପିତୃ, ପିତାମହ ଓ ପ୍ରପିତାମହ; (ଅସଗୋତ୍ର) ମାତାମହ; ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ ଓ ଏମାନଙ୍କର ସ୍ତ୍ରୀମାନେ] ଆପଣାର ସପିଣ୍ଡ ଅଟନ୍ତି ଏହାଙ୍କ ଉପରର ୩ ପୁରୁଷ ପର୍ଯ୍ୟନ୍ତ ଅସପିଣ୍ଡ, କିନ୍ତୁ ସମାନୋଦକ ଅଟନ୍ତି ଏମାନେ ଓ ତାଙ୍କ ଉପରର ଜ୍ଞାତିମାନେ ପୃଥକ୍ ପିଣ୍ଡ ଅଟନ୍ତି ଓ ଏମାନଙ୍କ ପାଇଁ ଅଶୌଚ ପାଳିବାକୁ ହୁଏ ନାହିଁ}