ପୃଥା
ଦେଖଣା
ପୃଥା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ୍ରଥ ଧାତୁ=ବିଖ୍ୟାତ ହେବା+କର୍ତ୍ତୃ. ଅ+ସ୍ତ୍ରୀ ଆ)
[ସମ୍ପାଦନା]ଯଦୁବଂଶୀୟ ବସୁଦେବଙ୍କ ଭାଇ ଶୂରସେନଙ୍କ କନ୍ୟା ଓ ପାଣ୍ଡୁରାଜାଙ୍କ ପ୍ରଥମା ସ୍ତ୍ରୀ; କୁନ୍ତୀଦେବୀ; ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କ ମାତା; କୋଇନ୍ତା —The first wife of king Pāṇḍu and wother of the three elder Pāṇḍaba brothers.
[ ଦ୍ର—ଶୂରସେନ ଆପଣାର ଅନପତ୍ୟ ପିଉସୀପୁଅ ଭାଇ କୁନ୍ତଭୋଜଙ୍କ ନିକଟ ସତ୍ୟ କରିଥିଲେ ଯେ ତାଙ୍କର ପ୍ରଥମ ସନ୍ତାନକୁ ସେ ତାଙ୍କୁ ପାଳିବାକୁ ଦେବେ ସେହି ସତ୍ୟ ଅନୁସାରେ ଶୂରସେନ ଆପଣା କନ୍ୟା ପୃଥାଙ୍କୁ କୁନ୍ତିଭୋଜଙ୍କ ହସ୍ତରେ ସମର୍ପଣ କରିଥିଲେ ଓ ଉକ୍ତ କନ୍ୟା ବାଲ୍ୟକାଳରୁ କୁନ୍ତିଭୋଜଙ୍କଦ୍ୱାରା ପାଳିତା ହୋଇ କୁନ୍ତୀ ନାମ ପାଇଥିଲେ]