Jump to content

ପୃଥୁ

ଉଇକିଅଭିଧାନ‌ରୁ

ପୃଥୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ପ୍ରଥ୍ ଧାତୁ=ଖ୍ୟାତ ହେବା+ଉ)

[ସମ୍ପାଦନା]
୧. ତ୍ରେତା ଯୁଗରେ ସୂର୍ଯ୍ୟବଂଶୀୟ ପଞ୍ଚମ ନୃପତି — ୧. Name of an ancient king of the Tretā age

ତା ଦେହୁ ପୃଥୁ ନାମେ ହରି ଜନ୍ନିଲେ ରାଜରୂପ ଧରି ଜଗନ୍ନାଥ, ଭାଗବତ

[ ଦ୍ର—ପୃଥିବୀର ସମସ୍ତ ବୀରଙ୍କୁ ପରାସ୍ତ କରିବାରୁ ଏହାଙ୍କର ଯଶଃ ପୃଥିବୀରେ ବିଖ୍ୟାତ ହୋଇଥିଲା ଓ ଏ ପୃଥିବୀର ପ୍ରଥମ ରାଜା ବୋଲି ପରିଗଣିତ ହେବାରୁ ପୃଥିବୀ ଏହାଙ୍କ କନ୍ୟାରୂପେ କଳ୍ପିତ ହୋଇଥିଲେ ଏହାଙ୍କର ବିଚିତ୍ର ଜନ୍ମବୃତ୍ତାନ୍ତ ଭାଗବତ ୪ର୍ଥ ସ୍କନ୍ଧ ୧୫ଶ ଅଧ୍ୟାୟରେ ବର୍ଣ୍ଣିତ ଅଛି ବେଣ ରାଜା ଅତ୍ୟନ୍ତ ଦୁଷ୍ଟ ଥିଲେ ଓ ବ୍ରାହ୍ମଣଙ୍କ ଶାପରେ ନଷ୍ଟ ହେଲେ ବେଣଙ୍କ ମୃତ୍ୟୁ ପରେ ପୃଥିବୀ ଅରାଜକ ହେବାରୁ ବ୍ରାହ୍ମଣମାନେ ବେଣଙ୍କ ମୃତପିଣ୍ଡର ଉରୁଦେଶକୁ ମନ୍ଥନ କରିବାରୁ ଏକ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲା; ଏହାର ବଂଶ ନିଷାଦ ହେଲେ ପୁଣି ବ୍ରାହ୍ମଣମାନେ ବେଣଙ୍କ ଶବର ବାହୁଯୁଗ୍ମ ମନ୍ଥନ କରିବାରୁ ସ୍ତ୍ରୀ ଓ ପୁରୁଷ ଦୁଇଟି ଜାତ ହେଲେ ପୁରୁଷ ପୃଥୁ ଓ ସ୍ତ୍ରୀ ଅର୍ଚ୍ଚି ପ୍ରଜାମାନେ ପୃଥୁଙ୍କୁ ରାଜା ଓ ଅର୍ଚ୍ଚିଙ୍କୁ ତାଙ୍କ ରାଣୀ କଲେ ପୃଥିବୀ ଶସ୍ୟହୀନ ହୋଇଥିବାରୁ ପୃଥୁ ପୃଥିବୀକୁ ଗାଭୀରୂପେ କଳ୍ପନା କରି ତାକୁ ଦୁହିଁବାରୁ ପୃଥିବୀଠାରୁ ଶସ୍ୟାଦି ଉତ୍ପନ୍ନ ହେଲା]

୨. ଅଗ୍ନି —୨. The fire-god.
୩. କୃଷ୍ଣଜୀରକ; କଳାଜୀରା —୩. A pungent seed; Nigella Indica; black cumin seed.
୪. ଅହିଫେନ; ଅଫିମ —୪. Opim.
୫. ତ୍ୱକ୍ପର୍ଣ୍ଣୀ; ହିଙ୍ଗୁପତ୍ରୀ; ବାଉଁଶ ପତ୍ରିଆ ଘାସ — ୫. A kind of grass; Balanites Roxburghii.
(ପୃଥୁତା; ପୃଥୁତ୍ୱ—ବି) 

ବିଶେଷଣ -

[ସମ୍ପାଦନା]
୧. ସ୍ଥୂଳ; ମୋଟା —୧. Fat; corpulent.
୨. ବହୁଦୂର ବିସ୍ତୁତ; ବିଶାଳ — ୨. Wide; spacious; expansive; extensive.
୩. ମହତ୍; ବଡ଼ —୩. Great; large.

ଜନ୍ମିବେ ଚୋହାନ କୁଳେ ଏହି ଦିଲ୍ଲୀପୁରେ କ୍ଷୀରୋଦୁଁ ପୀୟୁଷ ପ୍ରାୟେ ପୃଥୁ ପୃଥୁଯଶା—ରାଧାନାଥ ମହାଯାତ୍ରା

୪. ନିପୁଣ, ଚତୁର —୪. Smart; clever.
୫. ପ୍ରଚୁର —୫. Abundant.
୬. ଅସଂଖ୍ୟ (ହିନ୍ଦୀ - ଶ) —୬. Countless.
୭. ପ୍ରବୀଣ (ହିନ୍ଦୀ - ଶ) —୭. Experienced.