ପେଏଁକାଳି
ଦେଖଣା
ପେଏଁକାଳି
ଉଚ୍ଚାରଣ
[ସମ୍ପାଦନା]ପେଁକାଳି, ପେହେଁକାଳି, ପେଙ୍କାଳିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ଏହାକୁ ଫୁଙ୍କିଲେ ପେଁପେଁ ଶବ୍ଦ ଉତ୍ପନ୍ନ ହେବାରୁ)
[ସମ୍ପାଦନା]- ୧. ମହୁରୀ; ତୁରୀ; କାହାଳୀ — ୧. A pipe; a small clarion; cone-shaped musical pipe
- ୨. ପିଲାମାନେ ବଜାଇ ଖେଳିବା ବାଦ୍ୟ ଯନ୍ତ୍ରବିଶେଷ —୨. A kind of trumpet or pipe used by children.
[ ଦ୍ର—ସାଧାରଣତଃ ନଡ଼ିଆ ବା ତାଳପତ୍ରର ଗୋଟିଏ ଫାଳକୁ କୁଣ୍ଡଳୀ କରି ଗୁଡାଇ ଏହା ତିଆରି କରାଯାଏ ]
- ୩. ଆମ୍ୱର ଗଜୁରିଥିବା ଟାକୁଆ ମଧ୍ୟରେ ଥିବା ଦୁଇଫାଳିଆ କୋଇଲିର ଗୋଟିଏ ଫାଳକୁ ତେରଛା କରି ଘଷି ଶିଶୁମାନେ କରିବା ମହୁରୀ (ହିନ୍ଦୀ - ଶ.) —୩. A whistle made by children by whetting one side of the kernel of a sprouting mango-stone.
ହାତୀ ନେ ! ଘୋଡା ନେ ! ମୋ ପେଏଁ କାଳି ବଜେଇ ଦେ! ସାପଥିଲେ ବାହାରି ବା ! ବେଙ୍ଗଥିଲେ କଟର କଟର ହଉଥା ଶିଶୁଗୀତ
- ୪. ହାତୀଙ୍କର ଉଚ୍ଚ ରଡ଼ି (ଏହା ପେଁପେଁ ଶବ୍ଦ ଥିବାରୁ) — ୪. The braying sound made by an elephant.