Jump to content

ପେଚ

ଉଇକିଅଭିଧାନ‌ରୁ

ପେଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ପେଚ୍=କୁଣ୍ଡଳୀକୃତ ମୋଡ଼; ତୁଳ.ସଂସ୍କୃତ - ପୃଚ୍ ଧାତୁ)

[ସମ୍ପାଦନା]
୧. ଯେଉଁ ଲୁହା କଣ୍ଟାର ଅଗପାଖ ମୋଡ଼ି ମୋଡ଼ି ହୋଇଥାଏ ଓ ଯାହାକୁ କାଠ ମଧ୍ୟରେ ଘୁରାଇ କରି ପୁରାଯାଏ; ଇସ୍କ୍ରୁ; ପେଚକଣ୍ଟା; ଭଉଁରୀ; ସ୍କ୍ରୁ — ୧. Screw.
୨. ଚକ୍ରାକାରରେ ମୋଡ଼ି ମୋଡ଼ି ହୋଇଥିବା ଦଉଡ଼ି; କୁଣ୍ଡଳୀ— କୃତ ରଜ୍ଜୁ —୨. Spiral rope; coil.
୩. ଦଉଡ଼ିକୁ ଗୁଡ଼ାଇବାର ଥର ବା ମୋଡ଼ା — ୩. A coil of a rope; a twist of a rope.
୪. କୂଟ କୌଶଳ; ଗୂଢ଼ ଉପାୟ; ଜଟିଳ କୌଶଳ — ୪. A deep-laid dscheme; a plot; secret or covert plan.
୫. ଗୋଲକ ଧନ୍ଦା; ସଙ୍କଟାପନ୍ନ ଅବସ୍ଥା; ଗୋଳମାଳିଆ କଥା; ଧନ୍ଦକା; ବିଷମ ସମସ୍ୟା —୫. Intricacy; a critical predicament; maze; dilemma; a fix; perplexity.
୬. ବିପଦ; ଦାଉ; ଦୁଃଖ; କ୍ଳେଶ; ସଙ୍କଟ ଘୋର ବିପଦ — ୬. Trouble; botheration; inextricable danger.
୭. କପଟାଚରଣ —୭. Hypocricy.
୮. ଚାଲବାଜୀ; ଫନ୍ଦିବାଜୀ — ୮. Policy; trick; tactics.
୯. ପ୍ରତିଦ୍ୱନ୍ଦୀକୁ ତଳେ ପକାଇ ଦେବା ନିମନ୍ତେ ମଲ୍ଲର ହସ୍ତ— ପଦାଦିର କୌଶଳଯୁକ୍ତ ଚାଳନ —୨. A clever trick or turn performed by an athlete to bring down his opponent.
୧. ପେଚ ପରି ମୋଡ଼ିମୋଡ଼ିକିଆ ଗତି — ୧୦. Spiral motion.
୧୧. ଆବର୍ତ୍ତ; ଭଉଁରୀ — ୧୧. Eddy; whirlpool.
୧୨. ପେଚ ଘୂରିବାର ଆବର୍ତ୍ତ ବା ଥର — ୧୨. One round of a screw.
୧୩. ମୋଡ଼ିମୋଡ଼ି ହୋଇଥିବା ଘଣ୍ଟାର କୁଣ୍ଡଳୀକୃତ ପାତିଆ — ୧୩. The spring of a clock.
୧୪. ଶିର୍ପେଚ୍; ଟୋପି ବା ପଗଡ଼ିର ସାମନା ପାଖରେ ଖୋସାଯିବା ଏକପ୍ରକାର ଅଳଙ୍କାର —୧୪. A kind of tuft set with gems put on the front side of a cap or turban.