Jump to content

ପେଟରେ ପଶିବା

ଉଇକିଅଭିଧାନ‌ରୁ

ପେଟରେ ପଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଅନ୍ୟର ଖାଦ୍ୟ ଦ୍ରବ୍ୟରେ ଦୃଷ୍ଟି ପକାଇବା —୧. To cast sinful or covetuous eyes an another's food.

[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କର ବିଶ୍ୱାସ ଯେ ଜଣେ ଲୋକ ଖାଉଥିବା ପଦାର୍ଥରେ ବା ଖାଇବା ନିମନ୍ତେ ଅଭିପ୍ରେତ ବସ୍ତୁରେ ଅନ୍ୟର ଲୋଭ ଦୃଷ୍ଟି ବା 'ଦୃଷ୍ଟି' ପଡ଼ିଲେ ସେ ଖାଦ୍ୟ ଦ୍ରବ୍ୟକୁ ଯେ ଖାଏ ତା ପେଟ ଟାଣେ ବିଶେଷତଃ ଏପରି ପୁରୁଷ (ଡାହାଣା) ଓ ସ୍ତ୍ରୀ (ଡାହାଣୀ) ଅଛନ୍ତି ଯେ, ଯେଉଁମାନେ ଅନ୍ୟର ଖାଦ୍ୟ ପ୍ରତି ଦୃଷ୍ଟି ପକାଇଲେ ସେ ଖାଦ୍ୟ ଦ୍ରବ୍ୟକୁ ଯେ ଖାଇବ ତାହା ପେଟରେ ସେ ଖାଦ୍ୟ ହଜମ ହେବ ନାହିଁ ଓ ତା ପେଟ ନିଶ୍ଚେ ଟାଣିବ]

୨. ଗୋପନରେ ବିପକ୍ଷର ବା ଶତ୍ରୁର ପକ୍ଷ ଅବଲମ୍ୱନ କରି ତାକୁ ଏ ପକ୍ଷର ସବୁ ଗୁପ୍ତ କଥା କହିବା —୨. To be in sceret league with the enemy.
୩. (ଖାଦ୍ୟ ଦ୍ରବ୍ୟ) ଉଦରସ୍ଥ ହେବା; ଭୁକ୍ତ ହେବା — ୩. To be eaten.
୪. (ଶିଶୁ) ମାତୃଗର୍ଭରେ ରହିବା — ୪. (child) To be in the mother's womb.
୫. କୌଣସି ବ୍ୟକ୍ତିର ଗୁପ୍ତ କଥା ରହସ୍ୟ ଜାଣିବା ପାଇଁ ତାହା ସଙ୍ଗେ ଘନିଷ୍ଠତା ସ୍ଥାପନ କରିବା — ୫. To establish intimancy with a person with a view to knowing his secrets.