ପେଟି
ଦେଖଣା
ପେଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପେଟରେ ବନ୍ଧାଯିବା ମେଖଳା; କମରବନ୍ଧ — ୧. A belt.
- ୨. ପୋଷା ଗୋବରା ଚଢ଼େଇଙ୍କ ଲାହି ପାଖେ ପେଟରେ ବନ୍ଧା ଥିବା, ଅଗରେ ଫୁଲି ବା କଉଡ଼ି ଲାଗିଥିବା ସୁତୁଲି — ୨. A string tied round the belly of a Gobarā bird.
- ୩. ଘୋଡ଼ାଙ୍କ ପିଠି ଉପରେ ପଡ଼ିଥିବା ଜିନ୍ ବା ଚାରିଜାମାର ଦୁଇ ପାଖକୁ ଘୋଡ଼ାର ପେଟ ବାଟେ ଯେଉଁ ଫିତାଦ୍ୱାରା ବନ୍ଧା ଯାଏ —୩. Strap which keeps the saddle tight on the back of a horse.
- ୪. ବାକ୍ସ, ଖଟ ଆଦିର ମଧ୍ୟ ଭାଗରେ ଚଉଡ଼ା ବାଗରେ ଲାଗାଯିବା କାଠ ବା ଧାତୁର ଲମ୍ୱା ପତ୍ର ବା ପଟି —A small ber of metal or wood laid crosswise in the frame of a bedstead or box; a cross bar.
- ୫. ଚିଲିକାରେ ମିଳୁଥିବା ଏକ ପ୍ରକାର ଚିଙ୍ଗୁଡ଼ି ମାଛ —୫. A kind of shrimps found in the Chilka lake.
- ୬. ବଡ଼ ମାଛର ପେଟ ଭାଗ — ୬. The belly portion of a fish.
[ ଦ୍ର—ବଡ଼ ମାଛର ପେଟରେ କଣ୍ଟା ନ ଥିବାରୁ ଓ ତାହା ମାଂସଳ ଥିବାରୁ ତାହା ଲୋକେ ଭାଜି କରି ଖାଇବକୁ ପସନ୍ଦ କରନ୍ତି]
- ୭. ଭଣ୍ଡାରିର ମୁଠୀ; ଯେଉଁ ଥଳୀରେ ଭଣ୍ଡାରି ଖୁର, କତୁରି, ନହୁରୁଣୀ ଆଦି ରଖେ —୭. A barber's wallet.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ପେଟ —Stomach.
ବୈଦେବିଶେଷଣ - (ଇଂରାଜୀ - ପେଟ୍ଟୀ)
[ସମ୍ପାଦନା]- ୧. କ୍ଷୁଦ୍ର; ଛୋଟ — ୧. Small; petty.
(ଯଥା—ପେଟି କାନ୍ତରାଟି)
- ୨. ପ୍ରଜାର ଅଧୀନ (ପ୍ରଜା); ସିକିମୀ ରଇତ — ୨. Subordinate holding; an under-tenure.
(ଯଥା—ପେଟି ପ୍ରଜା, ପେଟି ମକଦମୀ)