ପେନୁ
ଦେଖଣା
ପେନୁ
ଉଚ୍ଚାରଣ
[ସମ୍ପାଦନା](ପେନ୍ନୁ—ଅନ୍ୟରୂପ)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (କନ୍ଧଭାଷା)
[ସମ୍ପାଦନା]ଦେବତା — Deity.
[ଦ୍ରଷ୍ଟବ୍ୟ —କନ୍ଧମାନେ ଭିନ୍ନ ଭିନ୍ନ ଉଦ୍ଦଶ୍ୟରେ ଭିନ୍ନ ଭିନ୍ନ ଦେବତାଙ୍କ ପୂଜା କରନ୍ତି; ଯଥା—ବେରା ପେନୁ—ପୃଥିବୀ ଦେବତା; ଲୋହା ପେନୁ—ଯୁଦ୍ଧ ଦେବତା; ନାଦ୍ଜୁ ପେନୁ—ଗ୍ରାମ ଦେବତା; ଦାଞୁ ପେନୁ—ଚନ୍ଦ୍ରଦେବତା; ସାଣ୍ଡେ ପେନୁ—ସୀସା ବା ବାସ୍ତୁ ଦେବତା; ଯୁଗ ପେନି—ବସନ୍ତ ରୋଗ ଦେବତା; ସୋରୁ ପେନୁ— ପାହାଡ଼ ଦେବତା; ଗସା ପେନୁ—ବନଦେବତା; ମୁଣ୍ଡା ପେନୁ— ଜଳାଶୟ ଦେବତା; ସିଗୁ ଓ ସୁଦ୍ରୋଜୁ ପେନୁ—ଝରଣା ଦେବତା; ପିଦ୍ଜୁ ପେନୁ—ବର୍ଷାଦେବତା; ପିଲାମୁ ପେନୁ—ମୃଗୟାଦେବତା, ସିଙ୍ଗା ପେନୁ—ମୃତ୍ୟୁ ବା ପ୍ରଳୟ ଦେବତା ]