Jump to content

ପେଲିବା

ଉଇକିଅଭିଧାନ‌ରୁ

ପେଲିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପେଲିଦେବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ପେଲ ଧାତୁ କିମ୍ୱା ପୀଡ଼୍ ଧାତୁ (Beams); ତୁଳା. ତା. ପେଳ)

[ସମ୍ପାଦନା]
୧. (ସକର୍ମକ) ପଛଆଡ଼ୁ ଠେଲିବା; ଠେଁସିବା —୧. To push from behind; to shove; to push forward.

ଛଇଳି ହସି ଛାତିକି ଉରକେ ଦଉ ପେଲିରେ କବିସୂର୍ଯ୍ୟ, ସଂଙ୍ଗୀତ

୨. (ଅଶ୍ଳୀଳ) (ପୁରୁଷ) ସ୍ତ୍ରୀ ସଙ୍ଗମ କରିବା —୨. (indecent) To cohabit a woman; to perform the act of coition with a woman (Said of a man).
୩. (ଆଦେଶ) ଲଘିଂବା; (ବୋଲ) ନ ମାନିବା — ୩. To disobey.

ଭାବିଲା ଅବିସ୍ୱାସେ ମୋ ପତି ବୋଲି ପେଲି ଅଜ୍ଞାନେ ଏଠାକୁ ଆସି ପରଭୂତା ହେଲି ତୁ. ସୀ. ବିକ୍ରମରାମାୟଣ ଆଦି

୪. ଅବମାନନା କରିବା —୪. To show disrespect; to disregard.
୫. ଅତିକ୍ରମଣ କରିବା; ବଳପୂର୍ବକ ଆଗ ବଢ଼ି ଯିବା — ୫. To step over; to overstep; to force; one's way forward.

ସର୍ବେ ପଶିବା ବନେ ପେଲି; ହସ୍ତରେ ଥିବା ହୁଳା ଜାଳି—ଭୂପତି ପ୍ରେମପଞ୍ଚାମୃତ

୬. ଦୀପର ବଳିତାକୁ ତେଜିବା — ୬. To trime the wick of a lamp.
୭. ଜବର ଦସ୍ତି ଠେଲିବା —୭. To push with force.
୮. (ସଂସ୍କୃତ - ପ୍ରେରଣ) ଡଙ୍ଗାକୁ ପଛ ମଙ୍ଗଆଡ଼ରୁ ବୀପରିତ ଦିଗକୁ ଠେଲିବା —୮. To push a boat from behind.

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକା ରୂପେ ସଙ୍ଗେ ଆଣିବା, ଅସିବା, ଦେବା, ନେବା, ପକା(କେ)ଇବା, ପଶିବା, ଯିବା ଆଦି କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]