Jump to content

ପେଷଣ

ଉଇକିଅଭିଧାନ‌ରୁ

ପେଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଷ୍ ଧାତୁ=ବାଟିବା; ଚୂରିବା+ଭାବ. ଅନ)

[ସମ୍ପାଦନା]
୧. ପେଷିବା; ବାଟିବା; ମର୍ଦ୍ଦନ କରିବା; ଦଳନ — ୧. Pestling; crushing.
୨. ଚୂରିବା; ଚୂର୍ଣ୍ଣନ; ରଗଡ଼ିବା — ୨. Grinding; pulversing.


୩. (+ କରଣ. ଅନ) ପେଷଣ କରିବାର ପାତ୍ର; ଖଲ — ୩. A motar.
୪. ଶିଳ —୪. Grinding slap.
୫. ପେଷଣ କରିବାର ଯନ୍ତ୍ର; ଶିଳ ଓ ଶିଳପୁଆ — ୫. A crushing slap and muller.
୬. ଖଲ ଓ ପୁଆ — ୬. A pestle and mortar.
୭. ଚକୀ —୭. A grinding mill.
୮. ପଟୀ —୮. A bandage.
୯. ଶତଗୁପ୍ତା; ତିକଣ୍ଠା ସୁଝୁ —୯. Euphorbia.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରେଷଣ)

[ସମ୍ପାଦନା]
୧. ପଠାଇବା — ୧. Sending out.

ପାଣ୍ଡବଙ୍କ ଠାକୁ ବିଦୁର ପେଷଣ ତଦ ଅନ୍ତେ କଲେ ଧୃତରାଷ୍ଟ୍ର ଭାଣ କୃଷ୍ଣସିଂହ, ମହାଭାରତ, ଆଦି

୨. କୌଣସି ବ୍ୟକ୍ତିଠାରୁ ଭୂତ ପ୍ରେତ ଆଦିଙ୍କୁ ମନ୍ତ୍ରଦ୍ୱାରା ପ୍ରବେଶ କାରଇବା —୨. Causing an evil spirit to posses a person by employing charms.