ପୋଇଲୀ
ପୋଇଲୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ପୁତ୍ରିକା=ଦାସୀ କିମ୍ୱା ସଂସ୍କୃତ - ପୋଟା+ ଦାସୀ)
[ସମ୍ପାଦନା]- ୧. ରାଜା ଆଦିଙ୍କ ଉଆସରେ ଥିବା ଘରଝିଅ; ରକ୍ଷିତା ଦାସୀ; ଯେଉଁ ଦାସୀକୁ ସ୍ୱାମୀ ବିବାହ ନ କରି ଆପଣାର ସ୍ତ୍ରୀ ପରି ଘରେ ରଖନ୍ତି —୧. Concubine; a maid servant kept as a mistress; a female slave kept as a concubine.
[ଦ୍ରଷ୍ଟବ୍ୟ —ଆମ ଦେଶରେ ପୋଇଲୀ ରଖିବା ପ୍ରଥା ରାଜା ଓ କ୍ଷତ୍ରିୟମାନଙ୍କ ଘରେ ଚଳୁ ଥିଲା, ଏବଂ ତାଙ୍କ ଦେଖା ଦେଖି କରଣ ସମାଜରେ ମଧ୍ୟ ଚଳିଲା , ଏବଂ କରଣ ସମାଜର ଦେଖା ଦେଖି ଓଡ଼ିଶାରେ ଉପନିବେଶ କରିଥିବା ବଙ୍ଗାଳୀ (କେରା) ମାନଙ୍କ ମଧ୍ୟରେ ଏ ପ୍ରଥା ଚଳିଲା ରାଜାମାନଙ୍କ ଉଆସର ପୋଇଲୀମାନଙ୍କୁ ଘର ଝିଅ ବୋଲାଯାଏ ରାଜାମାନେ ଛେଉଣ୍ଡ ପିଲା— ମାନଙ୍କୁ ରାଜନ୍ତଃପୁରକୁ ଆଣି ବାଲ୍ୟକାଳରୁ ଲାଳନ ପାଳନ କରି ରଖନ୍ତି ଓ ସେମାନେ ବୟଃପ୍ରାପ୍ତା ହେଲେ ରାଜା ବା ତାଙ୍କ ଉତ୍ତରାଧିକାରୀଙ୍କର ଅଙ୍ଗଲଗା ଦାସୀ ହୁଅନ୍ତି ପୋଇଲୀଙ୍କ ପୁଅ ମାନଙ୍କୁ ରାଜବଂଶର 'ଅନ୍ତର ପୁଅ' ବୋଲାଯାଏ ଓ କରଣ ସମାଜରେ 'ଗୋଲାମ ବା ଭାତ ଅନ୍ତର ବୋଲାଯାଏ ଓ ଉପନିବେଶୀ ବଙ୍ଗାଳୀଙ୍କ ଘରେ 'ସାଗରପେସା ବୋଲାଯାଏ ବର୍ତ୍ତମାନ କରଣ ସମାଜରୁ ଓ କେରା ସମାଜରୁ ଏପ୍ରଥା କ୍ରମଶଃ କମି ଯାଉଅଛି ଦାସୀପୁତ୍ରମାନେ ପିତାଙ୍କ ସମାଜରେ ମିଶନ୍ତି ନାହିଁ କିନ୍ତୁ ବିବାହିତା ସ୍ତ୍ରୀଗର୍ଭଜାତ ସନ୍ତାନର ଅଭାବରେ ଏମାନେ ପିତୃସମ୍ପତ୍ତିର ଅଧିକାରୀ ହୁଅନ୍ତି ଦାସୀପୁତ୍ରମାନେ ହିନ୍ଦୁଶାସ୍ତ୍ରନୁସାରେ ପୁତୃ— ସମ୍ପତ୍ତିରୁ ଖୋରାକପୋଷାକ ପାଇବାର ଅଧିକାରୀ ଅଟନ୍ତି]
- ୨. ଦାସୀ; ସେବାକାରିଣୀ; ଭୃତ୍ୟା; ଚାକିରିଆଣୀ — ୨. Maid servant.
କୈକେୟୀଙ୍କର ମନ୍ଥରା ବୋଲି ଗୋଟିଏ ପୋଇଲୀ ଥିଲା ନୀଳକଣ୍ଠ. ପିଲାଙ୍କ ରାମାୟଣ