Jump to content

ପୋକଶୁଂଘା

ଉଇକିଅଭିଧାନ‌ରୁ

ପୋକଶୁଂଘା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସୋମରାଜ୍ୟାଦି ବର୍ଗର ବର୍ଷାୟୁଃ ଶାକ ବିଶେଷ; ବିଲ ପୋକଶୁଂଘା — Blumea Lacerena; Blumea Odorate; Coryza Lacera; Coryza Terebinthina; a herbarious plant.

[ଦ୍ରଷ୍ଟବ୍ୟ —ଏହି ଗୁଳ୍ମ ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ ଓ ବୁଦାଳିଆ; ପତ୍ର ଲୋମଶ ଓ ଧୁଆଁପତ୍ର ପରି; ମୂଳରୁ ପତ୍ର ବାହାରେ; ଫୁଲ ହଳଦିଆ ଓ ନାଲି; ଶୀତଦିନେ ଫୁଟେ ଏହାର ପତ୍ରରେ ତାର୍ପିନ ତେଲର ଗନ୍ଧ ଅଛି ଏହା ଔଷଧରେ ବ୍ୟବହୃତ ହୁଏ

ବୈଦ୍ୟକ ମତରେ ଏହା କଟୁତିକ୍ତ ରସ ଏବଂ ଜ୍ୱର, ରକ୍ତ ଦୋଷ ଓ କଫନାଶକ ଏହାଦ୍ୱାରା ରକ୍ତପିତ୍ତ, ଅତିସାର ଓ ଘୋରଦାହ ପ୍ରଶମିତ ହୁଏ ଏହାର କଞ୍ଚାମୂଳକୁ କଳରେ ଯାକିଲେ ମୁଖଶୋଷ ନିବାରିତ ହୁଏ— କୁକୁରମାନେ ଏ ଗଛକୁ ଶୁଂଘିବା ପରେ ଏ ଗଛ ଆଡକୁ ଲକ୍ଷ୍ୟ କରି ମୃତନ୍ତି (ମନିଅର ଉଇଲିୟାମ)]

୨. ବାଡି ପୋକଶୁଂଘା — ୨. Vernonia Cinerera; Pogostemon Plectanthoides (Haines); Ageratum Conyzoids (Haines); Celsia Coromandelina (Kirtikar).

[ଦ୍ରଷ୍ଟବ୍ୟ —ଏହାର ପତ୍ର ପୋକଶୁଂଘା ପତ୍ର ପରି କିନ୍ତୁ ଛୋଟ; ଏ ଗଛ ଉଚ୍ଚତାରେ ୨/୩: ହାତ ପର୍ଯ୍ୟନ୍ତ ହୁଏ ଏଥିରେ ଡାଳ ଅଛି ଏହା ବିଲ ପୋକଶୁଘାଂଠାରୁ ଭିନ୍ନ ଜାତୀୟ ଗଛ]