ପୋଖରୀ ପାଣି
ଦେଖଣା
ପୋଖରୀ ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁଷ୍କରିଣୀର ଜଳ — ୧. Tank-water.
- ୨. ଝାଡ଼ା ଫେରିବା — ୨. Easing one's self.
ପଣ୍ଡିତେ ନାଶ ସୁଘିଂ ସୁଘିଂ ବାଁ ହାତରେ ତାଳଟିଏ ଧରି ପୋଖରୀ ପାଣି ବାହାରି ଅଛନ୍ତି ଫକୀରମୋହନ — ଛମାଣଆଠଗୁଣ୍ଠ
[ଦ୍ରଷ୍ଟବ୍ୟ —ମଫସଲରେ ଲୋକେ ସାଧାରଣତଃ ଗାଆଁ ମୁଣ୍ଡରେ ଥିବା ପୋଖରୀ ହୁଡ଼ାରେ କିମ୍ୱା ତାହା ନିକଟରେ ଥିବା ପଡ଼ିଆରେ ବା ବାଡ଼ିରେ ଝାଡ଼ା ଫେରିବାକୁ ଯାଆନ୍ତି ଓ ସେହି ପୋଖରୀର ପାଣିଦ୍ୱାରା ଶୌଚାଦି କ୍ରିୟା କରନ୍ତି ଏଥିଯୋଗୁଁ ଝାଡ଼ା ଫେରିବା ଅର୍ଥରେ ପୋଖରୀ ଓ ପୋଖରୀ ପାଣି, ବାହାରକୁ, ବାଡ଼ିକି ଇତ୍ୟାଦି ଶବ୍ଦମାନ ବ୍ୟବହୃତ ହୋଇଅଛି ସଂସ୍କୃତରେ ମଧ୍ୟ 'ବହିର୍ଦେଶ ଗମନ'ର ବ୍ୟବହାର ଅଛି ଗଡ଼ଜାତ ଓ ଗଞ୍ଜାମରେ ପୋଖରୀକୁ ବନ୍ଧ ବୋଲା ଯାଉଥିବାରୁ ଝାଡ଼ା ଫେରିବା ଅର୍ଥରେ ବନ୍ଧକୁ ଯିବା ଶବ୍ଦ ବ୍ୟବହୃତ ହୁଏ ]