ପୋଛା
ଦେଖଣା
ପୋଛା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୋଛା
|
(ପୋଛୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରୋଞ୍ଚନ; ପ୍ରା; ପେଛଣ)
[ସମ୍ପାଦନା]- ୧. ପୋଛିବା — ୧. Wiping.
- ୨. ଲେପିବା; ବୋଳିବା — ୨. Besmearing; anointing.
[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଏ ଶବ୍ଦ ଢିପା ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ; ଯଥା—ଲିପାପୋଛା]
- ୩. (ସଂସ୍କୃତ - ପୃଚ୍ଛ ଧାତୁ) ପଚାରିବା — ୩. Questioning.
(ଦ୍ର—ଏହି ଅର୍ଥରେ ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସହଚର ରୂପେ ବ୍ୟବହୃତ ହୁଏ; ଯଥା—କୁହାପୋଚ୍ଛା; ଗଣାପୋଚ୍ଛା)
- ୪. ଯେଉଁ ଟୋକାଇରେ ଗୁହାଳ ଆଦିର ପୋଛା ଯାଇଥିବା ଗୋବର ଓ ଅଳିଆ କଢ଼ାଯାଏ — ୪. A basket used to remove the sweepings of a cattle-shed.
ବିଶେଷଣ -
[ସମ୍ପାଦନା]- ୧. ପୋଛା ହୋଇଥିବା — ୧. Wiped.
- ୨. ଲିପ; ହୋଇଥିବା; ଲେପିତ — ୨. Anointed; besmeared.
- ୩. ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ଗୁହାଳ ପୋଛା ଟୋକା; ଅଇଁଠା ପୋଛା ଚାକର) ଯେ ପୋଛେ — ୩. Sweeping; wiping.
ବୋଇଲି କୋଇଲି ନୋହିଲି କିଛି ଅଧିକାର କଲା ଗୁହାଳ ପୋଛୀ— ଢଗ
- ୪. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା— ଗୁହାଳ ପୋଛା ଟୋକେଇ) ଯାହା ପୋଛା କାର୍ଯ୍ୟରେ ବ୍ୟବହୃତ ହୁଏ — ୪. (any thing) Used in connection with sweeping operation.
- ୫. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—କୋଡ଼ପୋଛା ପିଲା) ଯାହା ନିଃଶେଷ କରେ — ୫. Exhausting; emptying.
ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଅଙ୍ଗପୋଛା; ଗାମୁଛା — A napkin or rubbing towel.