ପୋଷ
ଦେଖଣା
ପୋଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଷ ଧାତୁ= ପୋଷିବା+ ଭାବ. ଅ)
[ସମ୍ପାଦନା]- ୧. ପୋଷଣ; ପାଳନ; ବର୍ଦ୍ଧନ —୧. Nourishing; rearing; bringing up.
- ୨. ପୁଷ୍ଟି —୨. Nourishment.
- ୩. ଆଧିକ୍ୟ; ବୃଦ୍ଧି (ହିନ୍ଦୀ - ଶବ୍ଦସାଗର) — ୩. Increase; increment.
- ୪. ତୁଷ୍ଟି; ସନ୍ତୋଷ (ହିନ୍ଦୀ - ଶବ୍ଦସାଗର) — ୪. Satisfaction; contentment.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସୂତି; କୋଷ)
[ସମ୍ପାଦନା]- ୧. ଗଣ୍ଡୂଷ; ଗୋକର୍ଣ୍ଣାକୃତି କରତଳ; ଅର୍ଦ୍ଧାଞ୍ଜଳି — ୧. The palm of the hand formed into a cup.
- ୨. ଏକ ହାତର କରତଳକୁ ପାତ୍ରାକୃତି କଲେ ତହିଁରେ ସମ୍ଭାଇବା ବସ୍ତୁର ପରିମାଣ; ଅର୍ଦ୍ଧାଞ୍ଜଳି ପରିମାଣ — ୨. A quantit of anything contained inside the palm of one hand concavely bent into the shape of a cup.
[ଦ୍ରଷ୍ଟବ୍ୟ —ଦୁଇ କରତଳର କାଣି ଆଙ୍ଗୁଠି ପାଖକୁ ପାତ୍ରାକୃତି କଲେ ଆଞ୍ଜୁଳା (ସଂସ୍କୃତ - ଅଞ୍ଜଳି)ଓ ଏକ ଏକ କରତଳକୁ ମୁଦ୍ରିତ କଲେ ମୁଠା (ସଂସ୍କୃତ - ମୁଷ୍ଟି ହୁଏ); ସଂଯୁକ୍ତ କରି କରତଳ ଓ ଆଙ୍ଗୁଠିମାନଙ୍କୁ ପାତ୍ର ପରି କଲେ ଆଙ୍ଗୁଠିକୁ ଛାଡ଼ି ଦେଲେ କେବଳ ଲେଡ଼ିର ମଝିରେ ଯେଉଁ ପାତ୍ରାକୃତି ଶାଲ ହୁଏ ତାକୁ ଗଣ୍ଡୂଷ ବୋଲାଯାଏ 'ପୋଷ' ଶବ୍ଦ ପାତ୍ରୀକୃତ ସାଙ୍ଗୁଳି ଏକ କରତଳରେ ସମ୍ଭାଇବା ତରଳ ପଦାର୍ଥ ପ୍ରତି ପ୍ରଯୁଜ୍ୟ ହୁଏ ଓ 'ଚଳ ' ଶବ୍ଦ କେବଳ ତରଳ ପଦାର୍ଥ ପ୍ରଯୁଜ୍ୟ ହୁଏ ଯଥା—ପୋଷେ ଚାଉଶ; ପୋଷେ ଘିଅ; ଚଳେ ପାଣି]
- ୩. (ସଂସ୍କୃତ - ପୋଷଣ) (ଗୃହ ପାଳିତ ଜୀବ) ପାଳକର ଅଜ୍ଞାନୁବର୍ତ୍ତୀ ହେବା ଅବସ୍ଥା; ପାଳିତ ଜୀର ପାଳନକାରୀ ପ୍ରତି ପ୍ରଦର୍ଶିତ ଅଜ୍ଞାନୁବର୍ତ୍ତିତା —୩. Becoming domesticated or tamed.
(ଯଥା—ଏ ନେଉଳଟି ମାସକ ଭିତରେ ଖୁବ୍ ପୋଷା ମାନିଲାଣି)