ପୋଷାକୀ
ଦେଖଣା
ପୋଷାକୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଣ—(ଫାରାସୀ - ପୋଷାକୀ)
[ସମ୍ପାଦନା]- ୧. ପୋଷାକ ସମ୍ୱନ୍ଧୀୟ — ୧. Relating to dress.
- ୨. ପୋଷା ବା ପରିଚ୍ଛଦର ବ୍ୟୟ ନିମନ୍ତେ ଦିଆଯିବା — ୨. (allowance) Given for one's raiment.
- ୩. ପୋଷାକ ରୂପେ ବ୍ୟବହୃତ — ୩. Used as a dress suit.
- ୪. ପୋଷାକର ଉପଯୁକ୍ତ — ୪. Fit to be used as dress.
- ୫. ପୋଷାକଦ୍ୱାରା ସୁସଜ୍ଜିତ —୫. Dressed up.
- ୬. ଯାହା ବହୁକାଳ ପିନ୍ଧାଯାଇ ପାରେ — ୬. Which can be worn for a long time.
- ୭. ସଉକୀ; ସୌଖୀନ ପୋଷାକ ପିନ୍ଧିବାକୁ ଯେ ସୁଖ ପାଏ — ୭. Fond of fashionable dress; foppish.
- ୮. ସୌଖିନ୍ ପରିଚ୍ଛଦଧାରୀ —୮. Wearing fashionable dress; fashionably dressed.
- ୯. ସୌଖିନ୍; ସଭ୍ୟରୀତି ଅନୁମୋଦିତ — ୯. Elegant; fashionable; approved by the custom of elegant society.
ବିଶେଷ୍ୟ -
[ସମ୍ପାଦନା]- ୧. ହେପାଜିତ୍; ପାଳନ ବିଷୟରେ ଯତ୍ନ; ଚାହିତା — ୧. Care in bringing up.
ଯଥା—ଆମ ସାଆନ୍ତାଣୀ ତାଙ୍କ ପୋଷିଆଁ ପୁଅକୁ ଖୁବ୍ ପୋଷାକୀରେ ପାଳିଛନ୍ତି
- ୨. ସୁଖ ସ୍ୱାଚ୍ଛନ୍ଦରେ ଆତିଶର୍ଯ୍ୟ ବା ଚରମ ଭୋଗ — ୨. Luxury; lap oof luxury.
ଯଥା—ପିଲାଦିନୁ ଜଗବନ୍ଧୁ ପୋଷାକୀରେ ବଢ଼ି ଆସିଛି
- ୩. ଫେସନ; ସଭ୍ୟ ବା ଧନିସମାଜନୁମୋଦିତ ବେଶଭୂଷାଆଦିର ପଦ୍ଧତି —୩. Fashion in dress; fashionable style; gaudiness in dress.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଷ୍ ଧାତୁ)
[ସମ୍ପାଦନା]ପୋଷଣ କରିବା ପଦାର୍ଥ — Material for maintenance.