Jump to content

ପୋଷିବା

ଉଇକିଅଭିଧାନ‌ରୁ

ପୋଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୁଷ୍ ଧାତୁ)

[ସମ୍ପାଦନା]
୧. ପୋଷଣ କରିବା; ପାଳିବା; ପ୍ରତିପାଳନ କରିବା —୧. To maintain.

ପତି ତ ପତ୍ନୀକି ପୋଷୋଇ ସବୁକାଳେ କୃଷ୍ଣସିଂହ. ମହାଭାରତ. ବନ

୨. ଲାଳନପାଳ କରିବା — ୨. To rear; to bring up.
୩. (ହୃଦୟରେ ଆଶା)—ଜାଗ୍ରତ କରି ରଖିବା — ୩. To cherish (hope).

ପୋଷିଥିଲେ ଆଶା ଅବା ଫେରିବେ ପାଣ୍ଡବେ, କୁରୁପରେ ରାଧାନାଥ—ମହାଯାତ୍ରା

୪. ସହାୟ ହେବା; ଆଶ୍ରୟ ହେବା —୪. To help; to support; to patronise; to be of help.

ଯଥା—ବାବାରେ ! ତୁ ଏକା ବୁଢ଼ାକୁ ବାଡ଼ି ଖଣ୍ଡିଏ ଦେଇ ପୋଷିଲୁ !

୫. ଅନ୍ୟବ୍ୟକ୍ତିର ଜୀବିକା ନିର୍ବାହରେ ସହାୟ ହେବା — ୫. To provide means for maintenance.

ପେଟ ପୋଷ, ନାହିଁ ଦୋଷ ଢଗ

୬. ଗ୍ରାସାଚ୍ଛଦନ ଯୋଗାଇବା — ୬. To give food and raiment.

ଯଥା—ତାକୁ ପୋଷିଲେ ଯେ, ହାତୀଟିଏ ପୋଷିଲେ ସେ

୭. ବନ୍ୟଜୀବକୁ ଆଣି ଗୃହରେ ରଖି ଖୁଆଇ ପିଆଇ ପୋଷା ମନାଇବା —୭. To domesticate or tame a wild animal.