ପୋସ୍ତ
ଦେଖଣା
ପୋସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୋସ୍ତକ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫା) (ସଂସ୍କୃତ - ନାମ ଖସତିଳ; ଖସବୀଜ; ଖାଖସ)
[ସମ୍ପାଦନା]- ୧. ଅଫିମ ଗଛ —୧. The poppy plant; Pa ver Somniferum.
[ଦ୍ରଷ୍ଟବ୍ୟ —ଏହା ପ୍ରାୟ ୩ ମାୟ ବଞ୍ଚିବା ଶାକ— ଗୁଳ୍ମବିଶେଷ ଫୁଲର ୪ ପାଖୁଡ଼ା; କେଉଁ ପୁଲ ଧଳା, କେହି ନାଲି ଓ କେହି ଛପଛପକିଆ ଫଳ କୋଳି ପରି, କଞ୍ଚା ଫଳକୁ ଛୁରିରେ ଚିରିଲେ ତହିଁରୁ ଯେଉଁ ଅଠାଳିଆ ରସ ବାହାରେ ତାହା ଶୁଖିଗଲେ ଅଫିମ ହୁଏ ପାଚଲା ଫଳ ଶୁଖି ଗଲେ ତାହା ମଧ୍ୟରୁ ସୋରିଷ— ଠାରୁ ଛୋଟ ଛୋଟ ଧଳା ମଞ୍ଜି ବାହାରେ ତାକୁ ପୋସ୍ତଦାନା କହନ୍ତି]
- ୨. ଅଫିମ ଗଛର ଫଳ; ଅଫିମ ଗଛର ବକଡ଼ା — ୨. Poppy-berries; poppy-head or capsule.
- ୩. ଅଫିମ ଫଳ ଭିତରେ ଥିବା ମଞ୍ଜି — ୩. Poppy seeds.
- ୪. ଛାଲ; ଚମଡ଼ା —୪. Hide; skin.
- ୫. ବଲୁଳ —୫. Bark.
- ୬. ବହି ବନ୍ଧା ହେବା ଚମଡ଼ା — ୬. Leather for binding books.